ETV Bharat / city

ନୀଳାଚଳେ ଜଗନ୍ନାଥ: ରଥ ରଜ୍ଜୁର ତଥ୍ୟ ଓ ତତ୍ତ୍ୱ

author img

By

Published : Jun 15, 2020, 6:04 AM IST

ରଥ ସର୍ବଧର୍ମ, ସର୍ବସଂସ୍କୃତି, ସର୍ବତତ୍ତ୍ବ, ସର୍ବଜୀବଜଗତ , ସର୍ବଦେବାଦେବୀଙ୍କୁ ଧାରଣ କରି ରଖିଥାଏ । ଯେଉଁ ରଥ ରଜ୍ଜୁ ହାତରେ ଟାଣିଲେ ମନୁଷ୍ୟର ସର୍ବପାପ କ୍ଷୟ ହୋଇଯାଏ । ବାସ୍ତବରେ ସେ ରଜ୍ଜୁ କୌଣସି ସାଧାରଣ ରଜ୍ଜୁ ହୋଇନଥାଏ । ପୁରାଣ ଅନୁସାରେ ତିନି ରଥ ଦଉଡି ହେଉଛନ୍ତି, ଏକ ନାଗ ଓ ଦ୍ବୟ ନାଗୁଣୀ । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଜ୍ଜୁ ଶଙ୍ଖଚୂଡ ନାଗୁଣୀ, ସେହିପରି ମା'ତା ଶକ୍ତିସ୍ବରୁପିଣୀ ସୁଭଦ୍ରାଙ୍କ ରଥ ରଜ୍ଜୁ ସ୍ଵର୍ଣଚୂଡ ନାଗୁଣୀ ଓ ବଡ ଠାକୁର ବଳଭଦ୍ରଙ୍କ ରଥ ରଜ୍ଜୁ ନାଗରାଜ ବାସୁକୀ ଅଟନ୍ତି ।

ନୀଳାଚଳେ ଜଗନ୍ନାଥ
ନୀଳାଚଳେ ଜଗନ୍ନାଥ

ପୁରୀ: ରଥ ଉତ୍ସବରେ ବରଷକେ ଥରେ ବଡ ଦାଣ୍ଡ ପାଲଟିଯାଏ ଜଗନ୍ନାଥମୟ, ରଥ ପଥ ହୋଇଯାଆନ୍ତି ଏକାକାର, ଏକୀଭୂତ । ରଥ ଉପରେ ବିରଜିତ ଦାରୁବ୍ରହ୍ମଙ୍କ ଦର୍ଶନ ସହ ରଥ ଟାଣିବା ପାଇଁ ଭକ୍ତଙ୍କ ମନରେ ଥାଏ ଅପାର ଆନନ୍ଦ, ଅସୀମ ଆହ୍ଲାଦ । ଭକ୍ତ କହୁଥାଏ ଏ ରଥ ଦଉଡି ଦେଲେ ଛୁଇଁ ମୋର ସବୁ ପାପ ଯିବ ଉଭେଇ । ଯେଉଁପରି ଏ କ୍ଷେତ୍ର ଏ ଯାତ୍ରା ଅତୀବ ରହସ୍ୟାଚ୍ଛନ୍ନ , ସେହିପରି ଏ ରଥ ଦଉଡିର ତତ୍ତ୍ବ ଓ ତଥ୍ୟ ଅଲୌକିକ ଓ ଶୀହରିତ....

ନୀଳାଚଳେ ଜଗନ୍ନାଥ: ରଥ ରଜ୍ଜୁର ତଥ୍ୟ ଓ ତତ୍ତ୍ୱ

ରଥ ସର୍ବଧର୍ମ, ସର୍ବସଂସ୍କୃତି, ସର୍ବତତ୍ତ୍ବ, ସର୍ବଜୀବଜଗତ , ସର୍ବଦେବାଦେବୀଙ୍କୁ ଧାରଣ କରି ରଖିଥାଏ । ଯେଉଁ ରଥ ରଜ୍ଜୁ ହାତରେ ଟାଣିଲେ ମନୁଷ୍ୟର ସର୍ବପାପ କ୍ଷୟ ହୋଇଯାଏ । ବାସ୍ତବରେ ସେ ରଜ୍ଜୁ କୌଣସି ସାଧାରଣ ରଜ୍ଜୁ ହୋଇନଥାଏ । ପୁରାଣ ଅନୁସାରେ ତିନି ରଥ ଦଉଡି ହେଉଛନ୍ତି, ଏକ ନାଗ ଓ ଦ୍ବୟ ନାଗୁଣୀ । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଜ୍ଜୁ ଶଙ୍ଖଚୂଡ ନାଗୁଣୀ, ସେହିପରି ମା'ତା ଶକ୍ତିସ୍ବରୁପିଣୀ ସୁଭଦ୍ରାଙ୍କ ରଥ ରଜ୍ଜୁ ସ୍ଵର୍ଣଚୂଡ ନାଗୁଣୀ ଓ ବଡ ଠାକୁର ବଳଭଦ୍ରଙ୍କ ରଥ ରଜ୍ଜୁ ନାଗରାଜ ବାସୁକୀ ଅଟନ୍ତି ।

ତିନି ରଥର ଦଉଡି ପ୍ରସ୍ତୁତି ସ୍ବତନ୍ତ୍ର । ନଡ଼ିଆ କତାରୁ ଏହି ଦଉଡି ତିଆରି ହୋଇଥାଏ। ତିନି ରଥର ତତ୍ତ୍ବାବଧାରକଙ୍କ ସୂଚନା ଅନୁଯାୟୀ ପ୍ରତେକ ରଥରେ 4 ଟି ଲେଖାଏଁ ଦଉଡି ଟାଣିବା ପାଇଁ ଲାଗି ଥାଏ । ରଥର ଦଉଡିର ଲମ୍ବ 220 ଫୁଟ ଓ ଗୋଲେଇ 8 ଇଞ୍ଚ । ଚଳିତ ବର୍ଷ ଓଡିଶା କତା ନିଗମ ପକ୍ଷରୁ ମୋଟ 20 ଟି ଦଉଡି ଆସିଛି । ଏଥିରେ 14 ଟି ରଥ ଟଣା ଦଉଡି । 6 ଟି କର୍ଡନ ଦଉଡି ଆସିଛି । ପୁରୀ ଜିଲା ଚନ୍ଦନପୁର ନିକଟରେରେ ଥିବା ଓଡିଶା କତା ନିଗମ ଫ୍ୟାକ୍ଟରିରୁ ଏହି ରଥ ଦଉଡି ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତ କରାଯାଉଛି ।

ଘୋଷଯାତ୍ରାରେ ଭକ୍ତ, ଭଗବାନ ପାଲଟିଯାଆନ୍ତି ଅଭିନ୍ନ । ଭଗବାନଙ୍କୁ ପାଖରେ ପାଇ ଭାଗ୍ୟବାନ ମଣେ ଭକ୍ତ, ରଥ ଉପରେ ବ୍ରହ୍ମ ଦର୍ଶନରେ ଧନ୍ୟ ହୋଇଯାଏ ଜୀବନ ଓ ଏହି ଦିବ୍ୟ ରଥ ଟାଣି ଆନନ୍ଦରେ ବିହ୍ବଳିତ ହୋଇଯାଏ ଭକ୍ତ...

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.