ETV Bharat / city

Chittaranjan Murder Case: ତଦନ୍ତ କଲେ କ୍ରାଇମବ୍ରାଞ୍ଚ ADG, ହୋଇପାରେ ଲାଏ ଡିଟେକ୍ସନ

author img

By

Published : Dec 18, 2021, 1:02 PM IST

Updated : Dec 18, 2021, 1:18 PM IST

ଅଟକ ବ୍ୟକ୍ତିଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
ଅଟକ ବ୍ୟକ୍ତିଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଖୋଲିବ କି ମୃତ୍ୟୁ ରହସ୍ୟ । ଅଟକ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ (Lie detection test ) କରାଯିବା ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି । ଅଧିକ ପଢନ୍ତୁ

ପୁରୀ: ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା (ChittaRanjan Murder Case)। ଘଟଣାର ପର୍ଦ୍ଦାଫାସ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା (Crime Branch ADG Sanjeev Panda) । ଏନେଇ ପୁରୀ ଗସ୍ତ କରି ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ସହିତ ଆଲୋଚନା କରି ତଦନ୍ତର ଅଗ୍ରଗତିର ସମୀକ୍ଷା କରିଛନ୍ତି।

Chittaranjan Murder Case: ତଦନ୍ତ କଲେ କ୍ରାଇମବ୍ରାଞ୍ଚ ADG,

ତେବେ ଏହି ଘଟଣାରେ ଦରକାର ପଡିଲେ ଅଟକ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ (Lie detection test ) କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ସୂଚନା ଦେଇଛନ୍ତି ଏଡିଜି ସଂଜୀବ ପଣ୍ଡା । ତଦନ୍ତରେ ଆଗ୍ରଗତି ହେବା ସହ ମୃତ୍ୟୁ ଘଟଣା ଉପରୁ ପରଦା ହଠାଇବା ନେଇ କ୍ରାଇମବ୍ରାଞ୍ଚ ସମସ୍ତ ଉଦ୍ୟମ କରୁଛୁ ଓ ଦରକାର ପଡ଼ିଲେ ଏହି ତଦନ୍ତ ନେଇ ଯେଉଁ ବ୍ୟକ୍ତିଙ୍କ ଭୂମିକା ଆସିବ ସେମାନଙ୍କୁ ଜେରା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଡିଜି ।

ଏହି ଘଟଣାରେ ସଞ୍ଜୟ ଦାସ ବର୍ମାଙ୍କୁ ଜେରା ପ୍ରସଙ୍ଗରେ ପଚାରିବାରୁ ପ୍ରଶ୍ନକୁ ଏଡାଇ ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି । ୪ ଦିନ ହେଲା ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ରହସ୍ୟ ଲୋକ ଲୋଚନକୁ ଆସିବାକୁ କିଛି ସମୟ ଲାଗିବ ଓ ସବୁକିଛି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହାର ଖୁଲାସା କରିବ ବୋଲି କହିଛନ୍ତି ଏଡିଜି । କ୍ରାଇମବ୍ରାଞ୍ଚ ଏଡିଜି ଚିତ୍ତଙ୍କ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭେଟିବାର ସମ୍ଭାବନା ରହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Dec 18, 2021, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.