ETV Bharat / city

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

author img

By

Published : Oct 4, 2021, 9:26 PM IST

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀରେ ଅନୁଷ୍ଠିତ ହେଲା ହେରିଟେଜ ରାଇଡ କାର୍ଯ୍ୟକ୍ରମ । ଭାଗ ନେଲେ ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ପୁରୀ: ନୀଳାଦ୍ରି ବେଳାଭୂମିରେ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା । ଫିଡବ୍ୟାକ ଫାଉଣ୍ତେସନର କାର୍ଯ୍ୟକର୍ତ୍ତା ଜ୍ୟୋତି ପ୍ରକାଶ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ଏହାପରେ ଛାତ୍ରଛାତ୍ରୀ ସହରର ଐତିହାସିକ ସମ୍ପନ୍ନ ସିଦ୍ଧବକୁଳ ମଠ, ଜିଆର ସ୍ବାମୀମଠ, ଗଙ୍ଗାମାତ ମଠ,ରାଧାକାନ୍ତ ମଠ, ଶ୍ବେତଗଙ୍ଗା ପୁଷ୍କରିଣୀ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସମ୍ପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ଦାଶ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଯୁଗବ୍ରତ କର, ଶାନ୍ତିରଞ୍ଜନ ମିଶ୍ର, ପ୍ରମୋଦ ଆଚାର୍ଯ୍ୟ, ଅଜିତ ପଣ୍ତା, ନଟବର ସାହୁ, ସୁଶାନ୍ତ ପାତ୍ର, ଶୁଭ୍ରାଂଶୁ ଶେଖର ଦାଶ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.