ETV Bharat / city

ଯାହାକୁ ରଖିବେ ଅନନ୍ତ: 50ଫୁଟ ଗଭୀର କୂଅରୁ ସୁରକ୍ଷିତ ଉଦ୍ଧାର ହେଲେ ବୃଦ୍ଧା

author img

By

Published : May 31, 2022, 8:31 AM IST

Updated : May 31, 2022, 1:00 PM IST

ରଖେ ହରି ତ ମାରେ କିଏ । 50ଫୁଟରୁ ଗଭୀର କୂଅ ଭିତରକୁ ଖସିପଡିଥିଲେ 74 ବର୍ଷୀୟା ବୃଦ୍ଧା । ତେବେ ଦେବଦୂତ ସାଜି ସୁରକ୍ଷିତ ଉଦ୍ଧାରକଲେ ଅଗ୍ନିଶମ କର୍ମାଚାରୀ । ଅଧିକ ପଢ଼ନ୍ତୁ

old woman rescued alive after falling into 50 feet deep well
ଯାହାକୁ ରଖିବେ ଅନନ୍ତ: 50ଫୁଟ ଗଭୀର କୂଅରେ ଖସିପଡ଼ି ଜୀବିତ ଉଦ୍ଧାର ହେଲେ ବୃଦ୍ଧା

ପୁରୀ: ରଖେ ହରି ତ ମାରେ କିଏ, ଏହାର ଜ୍ବଳନ୍ତ ଉଦାହରଣ ପୁରୀ ଜିଲ୍ଲା ସୁଆର ସାହିରେ ଦେଖିବାକୁ ମିଳିଛି । 50ଫୁଟରୁ ଗଭୀର କୂଅ ଭିତରକୁ ଖସିପଡିଥିଲେ ଜଣେ 74ବର୍ଷୀୟା ବୃଦ୍ଧା । କିନ୍ତୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ସୂଚନା ମୁତାବକ ଗତକାଲି ଅପରହ୍ନ ସମୟରେ ହରପ୍ରିୟା ମହାପାତ୍ର କୂଅ ଉପରେ ପଡ଼ିଥିବା ଜାଲି ଉପରେ ବସିଥିବାବେଳେ ଭିତରକୁ ପଡ଼ିଯାଇଥିଲେ । ଏନେଇ ତାଙ୍କ ପୁଅ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ ।

ଯାହାକୁ ରଖିବେ ଅନନ୍ତ: 50ଫୁଟ ଗଭୀର କୂଅରୁ ସୁରକ୍ଷିତ ଉଦ୍ଧାର ହେଲେ ବୃଦ୍ଧା

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ଆହତ ବୃଦ୍ଧାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡ ବୁଲାଇ ଦେବାରୁ ସେ କୂଅରେ ପଡ଼ିଯାଇଥିବା ଅନୁମେୟ ହେଉଛି । ବର୍ତ୍ତମାନ ବୃଦ୍ଧା ଜଣକ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଏତେ ବଡ଼ କୂଅ ଭିତରେ ଖସିପଡ଼ି ମଧ୍ୟ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଛି ।

Last Updated :May 31, 2022, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.