ETV Bharat / city

ନିଶାସକ୍ତ ଡାକ୍ତରଙ୍କ ଆତଙ୍କରାଜ, ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡ଼ରେ ଆକ୍ରମଣ

author img

By

Published : Nov 10, 2021, 7:24 AM IST

Updated : Nov 10, 2021, 7:55 PM IST

ନିଶାସକ୍ତ ଡାକ୍ତରଙ୍କ ଆତଙ୍କରାଜ, ସିକୁରୀଟି ଓ ପୋଲିସକୁ ଲୁହା ରଡ଼ରେ ଆକ୍ରମଣ
ନିଶାସକ୍ତ ଡାକ୍ତରଙ୍କ ଆତଙ୍କରାଜ, ସିକୁରୀଟି ଓ ପୋଲିସକୁ ଲୁହା ରଡ଼ରେ ଆକ୍ରମଣ

ନିଶାସକ୍ତ ଡାକ୍ତରଙ୍କ ଆତଙ୍କରାଜ । ପାର୍କିଂ ବିବାଦ ନେଇ ସିକ୍ୟୁରିଟି ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ଆକ୍ରମଣ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ଗାଡି ପାର୍କିଂକୁ ନେଇ ଜଣେ ଡାକ୍ତର ମେଡିକାଲରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡରେ ଆକ୍ରମଣ କରିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମଦ୍ୟପାନ କରି ଡାକ୍ତରଜଣକ ଏଭଳି କାଣ୍ଡ ଭିଆଇଥିବା ବେଳେ ମେଡିକାଲରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲା ।

ନିଶାସକ୍ତ ଡାକ୍ତରଙ୍କ ଆତଙ୍କରାଜ, ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡ଼ରେ ଆକ୍ରମଣ

ପୁରୀ ମେଡିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ଥିବାବେଳେ ହସ୍ପିଟାଲ ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଡାକ୍ତରଜଣକ ମେଡିକାଲ ଭିତରକୁ ତାଙ୍କ ସ୍କୁଟି ଆଣିଥିବାବେଳେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଏହାକୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଯୁକ୍ତିତର୍କ ହୋଇଥିଲା । ତେବେ ତିକ୍ତତା ବଢିବାରୁ ଡାକ୍ତର ଜଣଙ୍କ ଏକ ଲୁହାରଡରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରିଥିଲେ ।

ତେବେ ଘଟଣାକୁ ଦେଖି ଡାକ୍ତରଙ୍କ ହାତରୁ ଲୁହା ରଡ ଛଡାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରୁଥିବାବେଳେ ଡ଼ାକ୍ତର ଜଣକ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଡାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ ଛଡାଇ ଆଣିବରେ ସକ୍ଷମ ହୋଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଡ଼ାକ୍ତରଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Nov 10, 2021, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.