ETV Bharat / city

କୋଭିଡ ନିୟମକୁ ଫୁ' କରି ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ

author img

By

Published : May 9, 2021, 7:39 PM IST

କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ
କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ । ଅଧିକ ପଢନ୍ତୁ...

ପୁରୀ: କୋରୋନା ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ୍ ପଞ୍ଚମ ଦିନରେ ପହଞ୍ଚିଛି । କୋଭିଡ୍ କଟକଣାକୁ ପାଳନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ
କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ

୨୪,୯୧୭ ଜଣ ଅମାନିଆଙ୍କ ଠାରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଫାଇନ ସହ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣା ଉଲ୍ଲଘଂନ ଅଭିଯୋଗରେ ୨୪୮ଟି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି । କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ୪୦ ଜଣ ପୋଲିସ କର୍ମଚାରୀ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ହାବିଲଦାର ସହିଦ ହୋଇଛନ୍ତି ।

କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ
କୋଭିଡ ନିୟମକୁ ଫୁ' ତଣ୍ଡ ଗଣିଲେ ୨୪,୯୧୭ ଅମାନିଆ

ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରୀ କରାଯାଇଛି । ସେହିପରି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ହେଲ୍ପଲାଇନ ନମ୍ବର ଜାରୀ କରାଯାଇଛି । ତେବେ ଶନିବାର ଓ ରବିବାର ସମ୍ପୂର୍ଣ ସଟ ଡାଉନ ଥିବାରୁ ପୁରୀ ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ରହିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.