ETV Bharat / city

ପୁରୀରେ ଭକ୍ତଙ୍କ ପାଇଁ ତିଆରି ହେବ ଅତ୍ୟାଧୁନିକ ଧର୍ମଶାଳା

author img

By

Published : Jul 20, 2022, 7:18 AM IST

Updated : Jul 20, 2022, 7:42 AM IST

ଶ୍ରୀକ୍ଷେତ୍ରରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା । ଏଥିପାଇଁ ରାଜ୍ୟ ସରକାର ଅଭଡ଼ା ଯୋଜନାରେ ୧୩୫ କୋଟି ୬୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ

cabinet decisions constructing dharamshala in puri under abadha scheme
ପୁରୀରେ ଭକ୍ତଙ୍କ ପାଇଁ ତିଆରି ହେବ ଅତ୍ୟାଧୁନିକ ଧର୍ମଶାଳା

ପୁରୀ: ଶ୍ରୀକ୍ଷେତ୍ରରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା । ଏଥିପାଇଁ ରାଜ୍ୟ ସରକାର ଅଭଡ଼ା ଯୋଜନାରେ ୧୩୫ କୋଟି ୬୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପୁରୀ ବାସେଳିସାହି ମୌଜାର ଖଣ୍ଡିଆବନ୍ଧ ନିକଟରେ ଏହି ଧର୍ମଶାଳା ନିର୍ମାଣ ହେବ । ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ପୁରୀରେ ଭକ୍ତଙ୍କ ପାଇଁ ତିଆରି ହେବ ଅତ୍ୟାଧୁନିକ ଧର୍ମଶାଳା

ଜମି ଚିହ୍ନଟ ପ୍ରକ୍ରିୟା ସରିବା ପରେ ପଥର ପ୍ୟାକିଂ କରାଯାଇ ଜମିକୁ ଧର୍ମଶାଳା ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଯାଇଛି । ପ୍ରକଳ୍ପର ଡିଜାଇନ ଦାଖଲ ହେବା ପରେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ କ୍ୟାବିନେଟ ପକ୍ଷରୁ ଅନୁମୋଦିତ ଅର୍ଥରେ ଧର୍ମଶାଳା ନିର୍ମାଣ ସହିତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ସରକାରଙ୍କ ଏଭଳି ପଦକ୍ଷେପକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସ୍ଵାଗତ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଆସୁଥିବା ଗରିବ ଜଗନ୍ନାଥ ଭକ୍ତ ସ୍ବଳ୍ପ ମୂଲ୍ୟରେ ଏଠାରେ ରହିବାର ସୁଯୋଗ ପାଇ ପାଇବେ ।

ଅପରପକ୍ଷେ ବରିଷ୍ଠ ସେବାୟତ ସରକାରଙ୍କ ଦ୍ଵାରା ମଞ୍ଜୁର କରାଯାଇଥିବା ପ୍ରକଳ୍ପକୁ ସ୍ଵାଗତ କରିଥିବା ବେଳେ ଭକ୍ତଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉ ଥିବା ଭକ୍ତ ନିବାସରେ ଶହେ ଟଙ୍କାରେ ରହିବାର ସୁଯୋଗ ଦିଆଯିବାକୁ ଦାବି କରିଛନ୍ତି । ପୁରୀରେ ପୂର୍ବରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଭକ୍ତ ନିବାସରେ ଗରିବ ଭକ୍ତଙ୍କୁ ରହିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ବୋଲି ଅଭିଯୋଗ କରିବା ସହିତ ସବୁ ବର୍ଗର ଭକ୍ତ ପାଇଁ ଧର୍ମଶାଳା ହେବାର ଆବଶ୍ୟକତା ରହିଛି ବୋଲି ସେବାୟତ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 20, 2022, 7:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.