ETV Bharat / city

ଆଜି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ: ତ୍ୟାଗ-ଦେଶ ସେବାକୁ ମନେ ପକାଇଲା ସୁଆଣ୍ଡୋ

author img

By

Published : Oct 9, 2022, 12:47 PM IST

ଜନ୍ମପୀଠ ସୁଆଣ୍ଡୋରେ ପାଳନ ହେଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
ଜନ୍ମପୀଠ ସୁଆଣ୍ଡୋରେ ପାଳନ ହେଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ପୁରୀ ଜିଲ୍ଲା ସତ୍ୟବାଦୀ ସୁଆଣ୍ଡୋରେ ଥିବା ଜନ୍ମପୀଠରେ ପାଳନ ହେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ (Birth anniversary of Pandit Gopabandhu Das)। ସାମିଲ ହେଲେ ପ୍ରଶାସନିକ ଅଧିକାରୀ, ପରିବାର ସଦସ୍ୟ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ପୁରୀ: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ । ଉତ୍କଳମଣିଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି (Birth anniversary of Pandit Gopabandhu Das)। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ତ୍ୟାଗ,ନିଷ୍ଠା, ଦେଶ ସେବାକୁ ମନେ ପକାଇଛନ୍ତି ।

ଜନ୍ମପୀଠ ସୁଆଣ୍ଡୋରେ ପାଳନ ହେଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତି ପରିଷଦ ଦ୍ବାରା ଆୟୋଜିତ ଏହି ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଅନେକ ସମାଜସେବୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ସାମିଲ ହୋଇଥିଲେ । ପୁରୀ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ତାଙ୍କ ତ୍ୟ‍ାଗ, ବଳିଦାନ, ନିଷ୍ଠା ଓ ସେବା ପାଇଁ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ସ୍ମରଣୀୟ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ଗୋପବନ୍ଧୁଙ୍କ ପରିବାର ସଦସ୍ୟ ଓ ବୁଦ୍ଧିଜୀବୀ । ସେହିପରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଆଜିର ଛାତ୍ରଛାତ୍ରୀ, ଯୁବସମାଜକୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ, ନିଷ୍ଠା ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ସଚେତନ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.