ETV Bharat / city

ମହାସପ୍ତମୀରେ ସୁନା ପିନ୍ଧି ଚମକୁଛି ମା' ତାରିଣୀ

author img

By

Published : Oct 12, 2021, 2:25 PM IST

ଦୁର୍ଗାପୂଜା: ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀ
ଦୁର୍ଗାପୂଜା: ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀ

ଆଜି ହେଉଛି ପବିତ୍ର ମହାସପ୍ତମୀ । ଏହି ଅବସରରେ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ମାଆ ତାରିଣୀ ଅପୂର୍ବ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: ଆରମ୍ଭ ହୋଇଛି ପାର୍ବଣ ଋତୁ । ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ପରିବେଶ । ରାଜ୍ୟର ସବୁ ଶକ୍ତିପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଘଟ ଗାଁ ତାରିଣୀ ପୀଠରେ ଷଷ୍ଠୀଠାରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଚଣ୍ଡୀପାଠ ସହ ହୋମଯଜ୍ଞ ପୂଜା । ଆଜି(ମଙ୍ଗଳବାର) ମହାସପ୍ତମୀ ଅବସରରେ ମାଆ ତାରିଣୀ ଅପୂର୍ବ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଘଣ୍ଟ ବାଜା ତାଳରେ ପ୍ରକମ୍ପିତ ହେଉଛି ମାଆ ତାରିଣୀଙ୍କ ପୀଠ ।

ଦୁର୍ଗାପୂଜା: ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀ

ଗତକାଲି ବେଲବରଣ ପରେ ଆଜିଠାରୁ ସ୍ବତନ୍ତ୍ର ଚଣ୍ଡୀ ପାଠ ହୋଇ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ମା' ତାରିଣୀ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି । ଦଶହରା ପର୍ଯ୍ୟନ୍ତ ମା' ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ମଧ୍ୟ ପୂଜା ଅବସରରେ ମା' ଦର୍ଶନ ପାଇ ବେଶ ଖୁସିଥିବା ବେଳେ ତାଙ୍କ ମନସ୍କାମନା ମାଗିଛନ୍ତି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ଟ୍ରଷ୍ଟ ବୋର୍ଡ ଓ ପୋଲିସ ସହଯୋଗରେ କୋଭିଡ଼ ଗାଇଡ଼ ଲାଇନକୁ ନିୟମ ପାଳନ କରି ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମାଆ ତାରିଣୀଙ୍କ ପୀଠ ଶକ୍ତିପୀଠ ହୋଇଥିଲେ ମଧ୍ୟ ଅନ୍ୟ ଶକ୍ତିପୀଠ ଭଳି ଏଠି ନବରାତ୍ର ପୂଜା ହୋଇନଥାଏ । ଏଠାରେ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ସ୍ବତନ୍ତ୍ର ଚଣ୍ଡୀପାଠ ହୋମଯଜ୍ଞ ସହ ପୂଜା କରାଯାଇଥାଏ । ତେବେ ବର୍ତ୍ତମାନ କୋରୋନା କଟକଣାକୁ ପାଳନ କରି ମନ୍ଦିର ଭିତରକୁ ଧାଡ଼ି କରି ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.