ETV Bharat / city

ଆନନ୍ଦପୁରର ଶୋଭା ବଢାଉଛି 'କାଶତଣ୍ଡୀ'

author img

By

Published : Oct 11, 2020, 1:16 PM IST

ଆନନ୍ଦପୁରର ଶୋଭା ବଢାଉଛି 'କାଶତଣ୍ଡୀ'
ଆନନ୍ଦପୁରର ଶୋଭା ବଢାଉଛି 'କାଶତଣ୍ଡୀ'

କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ରାସ୍ତାକଡ ହେଉ ଅବା ନଈପଠା,ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । ଏପରି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ।

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ବିଭିନ୍ନ ରାସ୍ତାର ଦୁଇ ପାର୍ଶ୍ବରେ ଭରିଯାଇଛି କାଶତଣ୍ଡୀ । କେବଳ ରାସ୍ତାକଡ ନୁହେଁ,ଦୂର ଦିଗବଳୟ ଯାଏ ଲମ୍ବିଯାଇଛି କାଶତଣ୍ଡୀ ଫୁଲ । କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ କବିପ୍ରାଣରେ ଭରିଦେଉଛି ନବ ରୋମାଞ୍ଚ । ପବନରେ ଦୋହଲୁଥିବା କାଶତଣ୍ଡୀ ଫୁଲର ସୌନ୍ଦ୍ୟର୍ଯ୍ୟରେ ଅଭିଭୂତ ହୋଇଉଠୁଛି ପଥିକ । ଏହାର ନୈଶର୍ଗିକ ଆଭାରେ ମଣିଷ କ୍ଷଣିକ ପାଇଁ ଭୂଲିଯାଏ ପାର୍ଥିବ ଯାତନା ।

ଆନନ୍ଦପୁରର ଶୋଭା ବଢାଉଛି 'କାଶତଣ୍ଡୀ'

କେବଳ ରାସ୍ତାକଡ ନୁହେଁ,ନଦୀପଠା ବି ଭରିଯାଇଛି କାଶତଣ୍ଡୀ ଫୁଲର ଅପରୂପ ସୌନ୍ଦର୍ଯ୍ୟରେ । ସୌନ୍ଦ୍ୟର୍ଯ୍ୟର ପ୍ରତୀକ ଯେତିକି,କାଶତଣ୍ଡୀ ଓଡିଆ ସଂସ୍କୃତିରେ ସେତିକି ଅଙ୍ଗାଙ୍ଗୀଭାବେ ଜଡିତ । ରେଖା ପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ ଘରେ ଘରେ କବାଟରେ ବାନ୍ଧି ପୂଜା କରାଯାଏ । କାଶତଣ୍ଡୀ ଫୁଲର ଦୋଳାୟିତ ଚାମରରେ ଧରାବତରଣ କରନ୍ତି ମା ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ହୋଇଉଠେ ଉତ୍ସବମୁଖର । ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗପୂଜାର ପ୍ରତୀକ, କାଶତଣ୍ଡୀ ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟର ସୁଧା ବିକିରଣ କରିଥାଏ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.