ETV Bharat / city

ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

author img

By

Published : Oct 9, 2021, 8:07 PM IST

ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ
ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

ଲଘୁଚାପ ଜନିତ ବର୍ଷା ସାଧାରଣ ଖାଉଟିଙ୍କ ପେଟକୁ ଲାତ ମାରିଛି । ଅସ୍ବାଭାବିକ ବର୍ଷା ଯୋଗୁଁ ଚାଷ ଜମି ଜଳାର୍ଣ୍ଣବ ହେବା ସହ କ୍ବିଣ୍ଟାଲ କ୍ବିଣ୍ଟାଲ ପରିବା ନଷ୍ଟ ହେବା ଯୋଗୁଁ ଏବେ ହୁ ହୁ ହୋଇ ବଢିଛି ପରିବା ଦର । ଅଧିକ ପଢନ୍ତୁ...

କଟକ: ହୁ ହୁ ହୋଇ ରାଜ୍ୟରେ ବଢୁଛି ପରିବା ଦର । ପ୍ରତ୍ୟେକ ପରିବା ବଜାରରେ ଏବେ କିଲୋପ୍ରତି ୭୦ରୁ ଅଧିକ ରହିଛି । ଏନେଇ ବେଶ ଚଢା ଦରରେ ବଜାରରେ ବିକ୍ରି ହେଉଛି ସବୁଜ ପରିବା । ବିଲାତି କିଲୋପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବାଇଗଣ ୬୦ରୁ ୭୦, ଝୁଡଙ୍ଗ ୮୦ରୁ ୯୦, ବିନ୍ସ ୯୦ରୁ ୧୨୦, ଗାଜର ୫୦ରୁ ୬୦, କଲରା ୭୦ରୁ ୮୦ ଆଦି ବେଶ ଅଧିକ ଦରରେ ବଜାରରେ ବିକ୍ରୟ ହେଉଛି ।

ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

ପୂର୍ବରୁ ଯେଉଁ ପରିବା ସ୍ବାଭାବିକ ଦରରେ ବିକ୍ରି ହେଉଥିଲା ତାହା ଏବେ ଵୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ପରିବା ଦର ବୃଦ୍ଧି, ଯାହାକି ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ତେବେ ପୂର୍ବରୁ ଶହେରୁ ୨ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବାବେଳେ ଏବେ ୫୦୦ ଟଙ୍କାରୁ ଅଧିକ ଲାଗୁଛି । ସ୍ଥିତି ଏମିତିକି ସାଧାରଣ ଲୋକ ଟିଏ ତାର ପରିବାର ଚଳାଇବାରେ କାଠିକର ହୋଇଛି । ସେପଟେ ସରକାର ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଛତ୍ରବଜାର ପରିବା ବ୍ୟବସାୟ ସଙ୍ଘ ସମ୍ପାଦକ କହିଛନ୍ତି ଆଗକୁ ଆହୁରି ଏହି ସମସ୍ୟା ଦେଖାଯାଇପାରେ । ଗତ ଲଘୁଚାପ ଜନିତ ବର୍ଷା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ବଲାଙ୍ଗୀର, କେନ୍ଦୁଝର, ଅନୁଗୋଳ, ଆଠଗଡ଼, ବାଙ୍କୀ ଆଦି ସ୍ଥାନରୁ ପରିବା ଆସିଥାଏ ।

ମାତ୍ର ଗତ ଲଘୁଚାପ ଜନିତ ବର୍ଷାରେ ସମସ୍ତ ପରିବା ନଷ୍ଟ ହୋଇଯାଇଛି । ଯେଉଁ ପରିବା ରାଜ୍ୟ ବାହାରୁ ଆସୁଥିଲା ସେଠାରେ ବି ସମାନ ଅବସ୍ଥା । ଯେଉଁ କାରଣରୁ ଏହି ସମସ୍ୟା ଦେଖାଦେଇଛି । ଆଗକୁ ବାତ୍ୟା ସମ୍ଭାବନା ଥିବାରୁ ଏହି ସ୍ଥିତି ଆହୁରି ବିଗିଡି ପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପାଗ ଶୁଖିଲା ରହିଲେ ସ୍ଥିତିରେ ଉନ୍ନତି ଆସିବ ଆଉ ଦରଦାମ ସ୍ବାଭାବିକ ହେବ ବୋଲି ଛତ୍ରବଜାର ପରିବା ବ୍ୟବସାୟୀ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.