ETV Bharat / city

ପୂଜା ମଣ୍ଡପ ବୁଲି କଟକ ବଞ୍ଚାଅ ଅଭିଯାନ

author img

By

Published : Oct 5, 2019, 11:03 PM IST

କଟକ ବଞ୍ଚାଅ ଅଭିଯାନ

କଟକରୁ 11ଟି ଅଫିସକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆରମ୍ଭ ହୋଇଛି କଟକ ବଞ୍ଚାଅ ଅଭିଯାନ । ଅଧିକ ପଢନ୍ତୁ...

କଟକ: ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି କଟକ ବଞ୍ଚାଅ ଅଭିଯାନ । କଟକରୁ 11ଟି ଅଫିସକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ସିଲଭର ସିଟିର କିଛି ଯୁବକ ।

କଟକ ବଞ୍ଚାଅ ଅଭିଯାନ

ଏମାନେ ପ୍ରତି ପୂଜା କମିଟି ବୁଲିବୁଲି ଏହାର ପ୍ରଚାର କରୁଛନ୍ତି । ପ୍ରତି ପୂଜା କମୁଟିକୁ ଏକ ଦରଖାସ୍ତ ଦେବାସହ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରୁଛନ୍ତି କର୍ମକର୍ତ୍ତା । ଏହାସହ ସରକାରଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଆବେଦନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଏବେ ସୁଦ୍ଧା ଏହି ଗୋଷ୍ଠୀ 27ଟି ମଣ୍ଡପ ବୁଲି ଏହାର ପ୍ରଚାର କରିସାରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.