ETV Bharat / city

ପିପିଲି ଥାନାରେ ଥାର୍ଡଡିଗ୍ରୀ ଘଟଣା: ଅସୁସ୍ଥ ଅଭିଯୁକ୍ତଙ୍କ ସହ ପରିବାରକୁ ସାକ୍ଷାତ କରାଇ ଦେଉନି ପୋଲିସ !

author img

By

Published : Nov 22, 2020, 8:16 PM IST

ପିପିଲି ଥାନା ଅସୁସ୍ଥ ଅଭିଯୁକ୍ତଙ୍କ ସହ ପରିବାର ଲୋକଙ୍କ ସାକ୍ଷାତକୁ ବାରଣ କରାଯାଇଥିବା ଅଭିଯୋଗ ଆସିଛି । ପୋଲିସ ପରିବାର ଲୋକଙ୍କ ସହ ଭେଟ କରାଇଦେଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଅସୁସ୍ଥ ଅଭିଯୁକ୍ତଙ୍କ ସହ ପୋଲିସ ସାକ୍ଷାତ କରାଇଦେଉନଥିବା ଅଭିଯୋଗ
ଅସୁସ୍ଥ ଅଭିଯୁକ୍ତଙ୍କ ସହ ପୋଲିସ ସାକ୍ଷାତ କରାଇଦେଉନଥିବା ଅଭିଯୋଗ

କଟକ: ପୁଣି ଅସୁସ୍ଥ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ପରିବାର ଲୋକଙ୍କୁ ବାରଣ କରାଯାଇଥିବା ଅଭିଯୋଗ ଆସିଛି । ପୋଲିସ ଚିକିତ୍ସାଧୀନ ଅଭିଯୁକ୍ତଙ୍କ ସହ ପରିବାରର ସାକ୍ଷାତ କରିବାକୁ ନଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

ଅସୁସ୍ଥ ଅଭିଯୁକ୍ତଙ୍କ ସହ ପୋଲିସ ସାକ୍ଷାତ କରାଇଦେଉନଥିବା ଅଭିଯୋଗ

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ପିପିଲି ଥାନାରେ ଥିବା ଜଣେ ଅଭିଯୁକ୍ତଙ୍କୁ ଥାର୍ଡଡିଗ୍ରୀ ଦେବାପରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ଥାନା ପକ୍ଷରୁ ତାଙ୍କୁ କଟକ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ଚିକିତ୍ସାଧୀନ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୋଲିସ୍ ସେମାନଙ୍କୁ ଭେଟିବାକୁ ଦେଇନଥିବା ଅଭିଯୋଗ କରାଯାଇଛି । ଏଥିସହ ପୋଲିସ ଦୁର୍ବ୍ୟବହାର ମଧ୍ୟ କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏପରି ପୋଲିସ କାହିଁକି କରୁଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.