ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

author img

By

Published : Sep 7, 2022, 1:32 PM IST

Updated : Sep 7, 2022, 4:57 PM IST

ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଆସିଲା ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ଆତ୍ମହତ୍ୟା କରିଥିଲେ ବିଚାରପତି । ଅଧିକ ପଢନ୍ତୁ

କଟକ: ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା(POCSO Judge death case) । ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ରଶି ଲଗାଇ ଝୁଲି ପଡିଥିବାରୁ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ଏହା ସହିତ ହତ୍ୟା କରାଯାଇଥିବା ନେଇ କୌଣସି ସୁରାକ ମିଳିନଥିବା ବେଳେ ରଶି ଯୋଗୁଁ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଗତ ୨ ତାରିଖରେ ବିଚାରପତି ସୁବାସ ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ସୁବାସଙ୍କ ମାଆ ଅଭିଯୋଗ କରିଥିଲେ । ପରିବାର ବର୍ଗ ପତ୍ନୀ ଅପରାଜିତାଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମୃତ ସୁବାସଙ୍କ ମାଆ ମର୍କତନଗର ଥାନାରେ ଏତଲା ଦେଇଥିଲେ । ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ୧୪ ଜଣ ଲୋକଙ୍କୁ ପଚରାଉଚରା କରିଥିଲା । ସେମାନଙ୍କ ମଧ୍ୟରେ ସୁବାସଙ୍କ ପତ୍ନୀ ଅପରାଜିତା ରାୟ, ଅପରାଜିତାଙ୍କ ସମ୍ପର୍କୀୟ ଭାଇ ସର୍ବୋଜିତ ରାୟ, ସୁବାସଙ୍କ ମାଆ ତୁଳଶୀ ବିହାରୀ, ତାଙ୍କ ଭାଇ ସୁବୋଧ ବିହାରୀ, ସୁବୋଧଙ୍କ ଡ୍ରାଇଭର, ଘରୋଇ ସହାୟକ, ପଡୋଶୀ ଓ ପୋକ୍ସୋ କୋର୍ଟର କିଛି କର୍ମଚାରୀ ମଧ୍ୟ ରହିଥିଲେ । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇ ଥିବାବେଳେ ଆଉ କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଅସୁସ୍ଥ ଥିବାରୁ ଆତ୍ମହତ୍ୟା କଲେ ପୋକ୍ସୋ କୋର୍ଟ ବିଚାରପତି, ପତ୍ନୀଙ୍କ ବୟାନ !

ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ବୟାନ ମଧ୍ୟ ରେକର୍ଡ କରିଥିଲା ମର୍କତନଗର ଥାନା ପୋଲିସ । ତେବେ ପତ୍ନୀ ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ''ତାଙ୍କ ସ୍ବାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ମଧୁମେୟ ରୋଗ ସହିତ ଆଣ୍ଠୁ ଗଣ୍ଠି ପୀଡ଼ା ଓ ପାଟି ଭିତରେ ଘା' ଭଳି ଅନେକ ରୋଗରେ ସେ ଆକ୍ରନ୍ତ ଥିଲେ । ଏଥିପାଇଁ ସେ ଅନେକ ସମୟରେ ଶାରିରୀକ କଷ୍ଟ ମଧ୍ୟ ଅନୁଭବ କରୁଥିଲେ । ସେହି ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି'' ବୋଲି କହିଥିଲେ ପତ୍ନୀ ଅପରାଜିତା ରାୟ ।

ଏହାବ୍ୟତୀତ ପରିବାର ଭିତରେ ସେମିତି କୌଣସି କାରଣକୁ ନେଇ ଅଶାନ୍ତି ନଥିଲା କିମ୍ବା ସୁବାସ ଆତ୍ମହତ୍ୟା କରିବା ପାଇଁ ଯାଉଥିବା ନେଇ ସାମନ୍ୟତମ ସୁରାକ ମଧ୍ୟ ସେ ପାଇନଥିବା ପୋଲିସକୁ କହିଛନ୍ତି ବିଚାରପତିଙ୍କ ପତ୍ନୀ । ଯଦି ଏ ବାବଦରେ ସୁରାକ ପାଇଥାନ୍ତେ ତେବେ ସେ କେବେ ବି ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ଯାଇନଥାନ୍ତେ ବୋଲି ମଧ୍ୟ ପତ୍ନୀ ପୋଲିସକୁ କହିଥିବା, ନିଜର ନାମକୁ ଗୋପନ ରଖି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated :Sep 7, 2022, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.