ETV Bharat / city

ହାଇକୋର୍ଟରେ ପହଁଞ୍ଚିଲା ACF ସୌମ୍ୟଙ୍କ ମୃତ୍ୟୁ ମାମଲା, CBI ତଦନ୍ତ ଦାବିରେ ମାମଲା ରୁଜୁ

author img

By

Published : Jul 27, 2021, 5:07 PM IST

ହାଇକୋର୍ଟରେ ପହଁଞ୍ଚିଲା ACF ସୌମ୍ୟଙ୍କ ମୃତ୍ୟୁ ମାମଲା, CBI ତଦନ୍ତ ଦାବିରେ ରୁଜୁ ହେଲା ମାମଲା
ହାଇକୋର୍ଟରେ ପହଁଞ୍ଚିଲା ACF ସୌମ୍ୟଙ୍କ ମୃତ୍ୟୁ ମାମଲା, CBI ତଦନ୍ତ ଦାବିରେ ରୁଜୁ ହେଲା ମାମଲା

ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଭାରତୀୟ ବିକାଶ ପରିଷଦ । ଆଉ ଏନେଇ ମଙ୍ଗଳବାର ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ...

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଏହି ହତ୍ୟାକାଣ୍ଡରେ ବୋହୂ, ଡିଏଫଓ ଓ ରୋଷେୟା ମନ୍ମଥ କମ୍ଭ ହତ୍ୟାକାଣ୍ଡରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ଦାବି କରିଆସୁଛନ୍ତି । ଆଉ ଏନେଇ ମଧ୍ୟ ତାଙ୍କ ବାପା ଅଭିରାମ ମହାପାତ୍ର ମୃତ୍ୟୁ ଘଟଣାର କିଛି ଦିନ ମଧ୍ୟରେ ପୋଲିସ ଡିଜିଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି ।

ହାଇକୋର୍ଟରେ ପହଁଞ୍ଚିଲା ACF ସୌମ୍ୟଙ୍କ ମୃତ୍ୟୁ ମାମଲା, CBI ତଦନ୍ତ ଦାବିରେ ରୁଜୁ ହେଲା ମାମଲା

ତେବେ ସୂଚନାନୁଯାୟୀ ଗତ ଜୁଲାଇ ୧୨ ତାରିଖରେ ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ମଧ୍ୟ ରେକର୍ଡ କରାଇ ନେଇଥିଲା । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଅନୁୟାୟୀ, ପୁଅର ମୃତ୍ୟୁ ପଛରେ ବୋହୂ ବିଦ୍ୟାଭାରତୀଙ୍କ ହାତ ରହିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ରହିଥିଲା । ତେଣୁ ଜାଣିଶୁଣି ଡିଏଫଓ ସୌମ୍ୟଙ୍କୁ ରାତ୍ରି ଡ୍ୟୁଟିରେ ପଠାଉଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଯାଉଥିଲେ ।

ତେଣୁ ସୌମ୍ୟଙ୍କୁ ପୋଡି ମାରିବା ପଛରେ ଡିଏଫଓ, ବୋହୂ ଏବଂ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ବିଦ୍ୟାଭାରତୀ ଓ ଡିଏଫଏ ଖଣ୍ଡନ କରିଛନ୍ତି । ଘଟଣାର ୪୮ ଘଣ୍ଟା ଯାଏଁ ଏନେଇ ପଦୁଟିଏ ମଧ୍ୟ ମୁହଁ ଖୋଲି ନଥିବା ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ବୁଧବାର ସନ୍ଧ୍ୟାରେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସଫେଇ ଦେଇଛନ୍ତି ।

ସେପଟେ ଏନେଇ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟ ମାମଲାରେ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି (ମଙ୍ଗଳବାର) ଏହି ମାମଲା ରୁଜୁ କରାଯାଇଛି। ତେବେ ସୌମ୍ୟଙ୍କ ପ୍ରକୃତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀରେ ଏହି ମାମଲା ରୁଜୁ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇନଜୀବୀ ଗୋପାଳ ପ୍ରସାଦ ଜେନା। ମୁଖ୍ୟ ଶାସନ ସଚିବ , ପୋଲିସ ଡିଜି , ଗଜପତି ଏସପି , ପାରଳାଖେମୁଣ୍ଡି ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ ରଖାଯାଇଛି ।

କଟକରୁ ପ୍ରଭୂ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.