ETV Bharat / city

ହାଇକୋର୍ଟରେ ବରଗଡ଼ ହାଜତ ମୃତ୍ୟୁ ମାମଲା

author img

By

Published : Oct 4, 2021, 5:13 PM IST

ହାଇକୋର୍ଟରେ ବରଗଡ଼ ହାଜତ ମୃତୁ ମାମଲା, ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକ ପରିବାରକୁ ଆର୍ଥିକ ସହାୟତା ପାଇଁ ଆବେଦନ
ହାଇକୋର୍ଟରେ ବରଗଡ଼ ହାଜତ ମୃତୁ ମାମଲା, ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକ ପରିବାରକୁ ଆର୍ଥିକ ସହାୟତା ପାଇଁ ଆବେଦନ

ହାଇକୋର୍ଟରେ ପହଞ୍ଚିଲା ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା । ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି। ଅଧିକ ପଢନ୍ତୁ...

କଟକ: ହାଇକୋର୍ଟରେ ପହଞ୍ଚିଲା ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା। ଘଟଣାର ଉଚ୍ଚସ୍ତରୀୟ କିମ୍ବା CBI ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଏହି ଆବେଦନରେ ବରଗଡ଼ ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନ କରାଯାଇଛି ।

ମୃତକ ଗୋବିନ୍ଦ କୁମ୍ଭାରଙ୍କୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଉଠାଇ ନେଇଥିବା ଟାଉନ ଥାନାର ଏସଆଇ ମଙ୍ଗଳ କିସୋ, ଏଏସଆଇ ପିତାମ୍ବର ବେହେରା, କ୍ଷୀରୋଦ ବିଶ୍ବାଳ, ଜଗବନ୍ଧୁ ଜଗଦଳା ଓ ଅନ୍ୟମାନଙ୍କ ବିରୋଧରେ IPCର ୩୦୨ ଦଫାରେ ମାମଲା ରୁଜୁ ପାଇଁ ଆବେଦନରେ ପ୍ରାର୍ଥନା ହୋଇଛି ।

ଘଟଣାକ୍ରମେ, ମୃତକ ଗୋବିନ୍ଦ କୁମ୍ଭାରଙ୍କୁ ୨୪ ତାରିଖ ରାତିରେ ପୋଲିସ ଉଠାଇ ନେଇଥିବାବେଳେ ୨୫ ତାରିଖ ସକାଳେ ତାଙ୍କର ବରଗଡ଼ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଅବଗତ କରାଇଥିଲା ପୋଲିସ। ପରେ ପରିବାର ପକ୍ଷରୁ ହାଜତ ନିର୍ଯାତନା ଓ ହତ୍ୟା ଅଭିଯୋଗ ଅଣାଯିବା ପରେ ଥାନାର ସିସିଟିଭି ଅଚଳ ଥିବା କଥା ସାମ୍ନାକୁ ଆସିଥିଲା । ଟାଉନ ଥାନା କର୍ତ୍ତୁପକ୍ଷ ଜାଣିଶୁଣି ସିସିଟିଭି ଅଚଳ କରି ଦେଇଥିବା ମଧ୍ୟ ମାମଲାରେ ଦର୍ଶାଯାଇଛି।

ଏହି ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି,ବରଗଡ଼ ଏସପି ଓ ଟାଉନ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.