ETV Bharat / city

ସମ୍ପାଦକ ପଦ ପାଇଁ ହେବ ରୋଚକ ଲଢେଇ

author img

By

Published : Aug 29, 2019, 10:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ଏଥର ଓସିଏ ନିର୍ବାଚନରେ ସମ୍ପାଦକ ପଦକୁ ନେଇ କଡ଼ା ମୁକାବିଲା ହୋଇପାରେ । ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା ଏହି ପଦ ପାଇଁ ଦାବିଦାର ଅଛନ୍ତି । ତେବେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ନବ ପଟ୍ଟନାୟକଙ୍କ ତାଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


କଟକ: ଅକ୍ଟୋବର 20ରେ ହେବ ଓଡିଶା କ୍ରିକେଟ ଆସୋସିଏସନର ନିର୍ବାଚନ । ବିଦ୍ଧିବଧ ଭାବେ ତାରିଖ ଘୋଷଣା ପରେ ନିର୍ବାଚନ ନେଇ ବଢୁଛି ଉଷ୍ମତା । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ? କିଏ ଧରିବ ଓସିଏର ମଙ୍ଗ ? ଏହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ନିର୍ବାଚନ ମୈଦାନରେ ଏଥର ଓସିଏର ପୂର୍ବତନ ସମ୍ପାଦକ ତଥା ଭେଟେରାନ ଆଶୀର୍ବାଦ ବେହେରା ନାହିଁନ୍ତି ବୋଲି ଚର୍ଚ୍ଚା ହେଉଛି । ସେଥପାଇଁ ସମ୍ପାଦକ ପଦ ପାଇଁ ଚାଲିଛି କସରତ । ବାପାଙ୍କ ସ୍ଥାନ ନେବାକୁ ପୁଅ ସଞ୍ଜୟ ବେହେରା ସଜ ହେଉଛନ୍ତି ବୋଲି ମଧ୍ୟ ସୂଚନା ମିଳୁଛି । ଓସିଏର ସଦସ୍ୟ ଓ ଭୋଟର ଚାହିଁଲେ ସେ ସମ୍ପାଦକ ହେବାରେ ମୋର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସଞ୍ଜୟ ।

ଦୀର୍ଘ ବର୍ଷ ଧରି ବାରବାଟିର ପରିଚାଳନା ଦାୟିତ୍ବରେ ଥିଲେ ଆଶୀର୍ବାଦ ବେହେରା । 20 ବର୍ଷର ଅଭିଜ୍ଞତା ମଧ୍ୟ ରହିଛି । ତାଙ୍କୁ ପୁରୁଣା ଖିଲାଡି ବୋଲି କହିବାକୁ ପଛାଇ ନାହାଁନ୍ତି ବିରୋଧୀ । ମାତ୍ର ଏଥର ନିର୍ବାଚନରେ ଆର୍ଶୀବାଦ ବେହେରାଙ୍କ ଗୋଷ୍ଠୀ ଜିତିବା କଷ୍ଟ ବୋଲି କହିଛନ୍ତି, ଆଶାୟୀ ସମ୍ପାଦକ ପାର୍ଥି ନବ ପଟନାୟକ । ଅନ୍ୟପଟେ ଏହି ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି ବିରୋଧୀ । ଏପରି ସ୍ଥିତିରେ ଏଥର ନିର୍ବାଚନରେ ସଂପାଦକ ପଦ ପାଇଁ ଲଢେଇ ବେଶ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରୋମାଞ୍ଚକର ସ୍ଥିତି ରେ ଓସିଏ ନିର୍ବାଚନ । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । କିଏ ହେବ ବାରଵାଟି ରାଜା । ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ଏହାରି ଭିତରେ ସମ୍ପାଦକ ପଦ ପାଇଁ ଚାଲିଛି ଟଣା ଓଟରା । କାରଣ ଏହି ପଦ ର ମହତ୍ତ୍ଵ ପୁରା ବାରବାଟୀ କୁ ଆୟତ୍ତ କରିବ । ତେବେ କିଏ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ନୋମିନେସନ ଦାଖଲ କରିବେ ଏବେ ଦେଖିବାକୁ ବାକି ।


Body:ଭିଓ୧: ସମ୍ପାଦକ ପଦ ପାଇଁ ଚାଲିଛି କଶରତ । କିଏ ଜିତିବ ଭୋଟର ଙ୍କ ହୃଦୟ । ତାକୁ ନେଇ ଏବେ ବଡ଼ ପ୍ରଶ୍ନ । କାରଣ ଗୋଟେପଟେ ଆଶ୍ରିବାଦ ବେହେରା ଗୋଷ୍ଠୀ ରହିଥିବା ବେଳେ ଅନ୍ୟପଟେ ବିରୋଧୀ ଏହି ପଦ ରେ ବସିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଶ୍ରିବାଦ ବେହେରା ଙ୍କ ପୁଅ ସଞ୍ଜୟ ବେହେରା ଏହି ପଦ ପାଇଁ ପ୍ରତ୍ୟକ୍ଷ ରେ ନହେଲେ ବି ପରୋକ୍ଷ ରେ ଇଙ୍ଗିତ ଦେଇ ସାରିଛନ୍ତି । ଯଦି ଓସିଏ ର ମେମ୍ବର ଓ ଭୋଟର ଚାହିଁବେ ତେବେ ସମ୍ପାଦକ ହେବାରେ ମୋର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସଞ୍ଜୟ । ତେବେ ଏହି କ୍ଷେତ୍ରେରେ ବାପା ଆଶ୍ରିବାଦ ଙ୍କ 20 ବର୍ଷ ର ଅଭିଜ୍ଞତା ପୁଅକୁ ବିଜୟ ଦେବା ରେ ସହାୟକ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହେଉଛି ।

ବାଇଟ: ସଂଜୟ ବେହେରା ( ଆଶାୟୀ ପାର୍ଥି )

ଭିଓ୨: ଅନ୍ୟପଟେ ଏହି ନିର୍ବାଚନ ରେ ଆଶ୍ରିବାଦ ବାବୁ ଙ୍କ ଅନୁପସ୍ଥିତି ବିରୋଧୀ ଙ୍କ ମନୋବଳ କୁ ବୃଦ୍ଧି କରିଛି । କାରଣ ଦୀର୍ଘ ବର୍ଷ ଧରି ଏକା କି ବାରଵାଟି କୁ ଚଳାଉଥିବାରୁ ତାଙ୍କ ପାଖରେ ରହିଥିଲା ବେଶ ଅଭିଜ୍ଞତା । କହିବାକୁ ଗଲେ ଏକ ପ୍ରକାର ସେ ପୁରୁଣା ଖିଲାଡି ବୋଲି କହିଛନ୍ତି ବିରୋଧୀ । ତେବେ ଏହି ନିର୍ବାଚନ ରେ ଆଶ୍ରିବାଦ ବେହେରା ଙ୍କ ଗୋଷ୍ଠି ଜିତିବା କଷ୍ଟ ବୋଲି କହିଛନ୍ତି ଆଶାୟୀ ସମ୍ପାଦକ ପାର୍ଥି ନବ ପଟନାୟକ ।

ବାଇଟ: ନବ ପଟନାୟକ ( ଆଶାୟୀ ସମ୍ପାଦକ ପାର୍ଥି )


Conclusion:ଫାଭିଓ:ତେବେ ଅପେକ୍ଷା କେବଳ ନିର୍ବାଚନ କୁ । କିଏ ମାରିବ ବାଜି । କିଏ ହାତେଇବ ବାରଵାଟି ର ମୁଖିଆ ପଦ ଆଶ୍ରିବାଦ ଗୋଷ୍ଠି ନା ଆଶାୟୀ ।


କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.