Fire Breaks Out At Bhartia Tower: କଟକ ଭର୍ତ୍ତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Sep 23, 2022, 7:30 PM IST

Updated : Sep 23, 2022, 10:08 PM IST

କଟକ ଭର୍ତ୍ତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ବାଦାମ ବାଡ଼ି ଛକରେ ଥିବା ଭର୍ତ୍ତିଆ ଟାୱରରେ ଭୟାବହ ଅଗ୍ନିକାଣ୍ଡ (Fire breaks out at Bhartia tower in Cuttack) । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

କଟକ: ବାଦାମ ବାଡ଼ି ଛକରେ ଥିବା ଭର୍ତ୍ତିଆ ଟାୱରରେ ଭୟାବହ ଅଗ୍ନିକାଣ୍ଡ (Fire breaks out at Bhartia tower ) । ୬ ମହଲାରେ ଲାଗିଛି ନିଆଁ । କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି (Fire breaks out at Bhartia tower in Cuttack ) ।

କଟକ ଭର୍ତ୍ତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏଯାବତ ଜଣା ପଡିନି । ଏହି ଅଗ୍ନିକାଣ୍ଡ ସନ୍ଧ୍ୟା ସମୟରେ ଘଟିଥିଲା । ଖବରପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତେବେ ସମୟ ଥାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ଅଗ୍ନିଶମ ବାହିନୀ । ଏହି ଘଟଣାରେ କେହି ମୃତାହତ ହୋଇନଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଏହାସହ ଏହି ଅଗ୍ନିକାଣ୍ଡ ମଧ୍ୟରେ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

ଏ ନେଇ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ବାଇଁ କହିଛନ୍ତି, " ବାଦାମ ବାଡ଼ି ଛକ ଭର୍ତ୍ତିଆ ଟାୱାରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଆମ ଅଧିକାରୀ ମାନେ ଖବର ପାଇଥିଲେ । ସୂଚନା ପାଇବା ମାତ୍ରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ମୋଟ ୩ଟି ଦମକଳ ଗାଡ଼ି ସହ ୨୦ରୁ ଅଧିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୁ ।"

ଇଟିଭି ଭାରତ, କଟକ

Last Updated :Sep 23, 2022, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.