ETV Bharat / city

ଭସାଣି ସମୟରେ ବୁଡିଲା କଟକ, ରାସ୍ତା ଉପରେ ଲହଡି ଭାଙ୍ଗିଲା ବର୍ଷା ପାଣି

author img

By

Published : Oct 6, 2022, 10:05 PM IST

ଭସାଣି ସମୟରେ ବୁଡ଼ିଲା କଟକ, ରାସ୍ତା ଉପରେ ଲହଡି ମାରିଲା ବର୍ଷାପାଣି
ଭସାଣି ସମୟରେ ବୁଡ଼ିଲା କଟକ, ରାସ୍ତା ଉପରେ ଲହଡି ମାରିଲା ବର୍ଷାପାଣି

ବୁଡିଲା ରୌପ୍ୟ ନଗରୀ କଟକ । ସହର ଭିତର ସ୍ଥିତି ହେଲା ବେହାଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ଅଧିକ ପଢ଼ନ୍ତୁ

କଟକ : ବୁଡିଲା ରୌପ୍ୟ ନଗରୀ କଟକ । ସହର ଭିତର ସ୍ଥିତି ହେଲା ବେହାଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ତେବେ ଏହି ବର୍ଷା ଯୋଗୁଁ ଭସାଣି ଯାତ୍ରାରେ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ବର୍ଷା ଜଳ ଜମିବା ଦ୍ଵାରା ଜଳବନ୍ଦୀ ସମସ୍ୟା ଦେଖାଦେଇଛି କଟକରେ । ବିଶେଷକରି ସହରର ବାଦାମବାଡ଼ି, କାଜି ବଜାର, ରୋଭର ଷ୍ଟ୍ରିଟ, ସୂତାହାଟ, ରକ୍ସି ଲେନ ଆଦି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଯାହାକୁ ନେଇ ଭସାଣିରେ ବାଧାପ୍ରାପ୍ତ ହୋଇଥିଲା । ସେପେଟେ ଅଧିକ ବର୍ଷାରେ ରାସ୍ତା ଉପରେ ଜମିଥିଲା ଆଣ୍ଠୁଏ ଉଚ୍ଚର ପାଣି ।

ଭସାଣି ସମୟରେ ବୁଡ଼ିଲା କଟକ, ରାସ୍ତା ଉପରେ ଲହଡି ମାରିଲା ବର୍ଷାପାଣି

ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଯେଉଁଥି ପାଇଁ ଲୋକେ ମାନେ ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥିଲେ । ରାସ୍ତାରେ ପାଣି ଜମି ରହଥିବାରୁ ଯାନବାହନ ଗୁଡ଼ିକ ମଧ୍ୟ ବୁଡ଼ିଯାଇଥିଲା । କେତେକ ଲୋକଙ୍କ ଗାଡ଼ି ଭିତରେ ମଧ୍ୟ ପାଣି ପଶିଯାଇଥିଲା । ଅଧାରେ ଅଟକିଥିଲା ଏକାଧିକ ଗାଡ଼ି ।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଘର ଭିତରେ ଥିବା ବହୁ ଜିନିଷ ପତ୍ର ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଘର ଭିତରେ ରହିବା ବି ଏକ ପ୍ରକାରର ମୁସ୍କିଲ ହୋଇ ପଡ଼ିଛି । ପରିବାର ନେଇ ରହୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନେକ ଦରକାରୀ କାଗଜପତ୍ର ମଧ୍ୟ ପାଣିରେ ଭିଜି ଯାଇଛି ।

ସେହିପରି ଅନେକ ଦୋକାନରେ ବି ପାଣି ପଶି ବହୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ଏପରିକି ଅନେକ ବ୍ୟବସାୟୀଙକର ବହୁ କ୍ଷତି ହୋଇଛି । କଟକରେ ଏଭଳି ସମସ୍ୟା ସବୁ ବେଳେ ଭୋଗୁଛନ୍ତି କଟକବାସୀ । ଏହାର ସମାଧାନ ପାଇଁ ଅନେକ ଥର ଦାବି ହୋଇଛି । ହେଲେ ଏଯାବତ କୌଣସି ସମାଧାନ ହୋଇପାରୁ ନାହିଁ ।

ଫଳରେ ସାମାନ୍ୟ ବର୍ଷାରେ ବି ଜଳାର୍ଣ୍ଣବ ହୋଇ ପଡୁଛି କଟକ । ଛୋଟ ଛୋଟ ପିଲା ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସେପଟେ ବର୍ଷାଜଳ ଘର ଭିତରେ ଭରି ରହିଥିବାରୁ ପଚା ଗନ୍ଧରେ ରହିପାରୁନାହାଁନ୍ତି ଲୋକେ । ଏପରିକି ଏହି ବର୍ଷା ଜଳ ମାଧ୍ୟମରେ ଅନେକ ଅଳିଆ ଆବର୍ଜନା ବି ଘର ଭିତରେ ପଶିଯାଉଥିବା ନଜିର ରହିଛି । ଖାଲି ସେତିକି ନୁହେଁ ଏହି ମଇଳା ପାଣି ଦ୍ବାରା ବୁଢ଼ାବୁଢ଼ି ନାନା ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.