ETV Bharat / city

5 କେଜି ଚନ୍ଦନ କାଠ ଜବତ, ଜଣେ ଗିରଫ

author img

By

Published : Nov 14, 2019, 5:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ଚୈଦ୍ବାର ଥାନା ଅନ୍ତର୍ଗତ କରଞ୍ଜି ଗ୍ରାମରେ ଥିବା ଶ୍ରୀକ୍ଷେତ୍ର ଆଶ୍ରମରୁ 5 କେଜି ଚନ୍ଦନ କାଠ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ବଡ କୃଷ୍ଣପୁର ଗ୍ରାମର ଡମ୍ବୁରଧର ସ୍ବାଇଁ ।

କଟକ: ସ୍ଥାନୀୟ ଶ୍ରୀକ୍ଷେତ୍ର ଆଶ୍ରମରୁ 5 କେଜି ଚନ୍ଦନ କାଠ ଜବତ କଲା ଚୌଦ୍ବାର ପୋଲିସ । ଚୈଦ୍ବାର ଥାନା ଅନ୍ତର୍ଗତ କରଞ୍ଜି ଗ୍ରାମରେ ଥିବା ଶ୍ରୀକ୍ଷେତ୍ର ଆଶ୍ରମରୁ 5 କେଜି ଚନ୍ଦନ କାଠ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ବଡ କୃଷ୍ଣପୁର ଗ୍ରାମର ଡମ୍ବୁରଧର ସ୍ବାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବେଆଇନ ଭାବେ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ନେଇ ଗୁରୁବାର ଚୌଦ୍ବାର ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଏହି ଆଧାରରେ ଚୈଦ୍ବାର ଥାନା ଏଏସଆଇ ସତ୍ୟଜିତ ସନାପତିଙ୍କ ସହିତ ଅନ୍ୟ କର୍ମଚାରୀ ଆଶ୍ରମରେ ଚଢ଼ାଉ କରିଥିଲେ ।

ଚଢାଉ ବେଳେ 5 କେଜି ଚନ୍ଦନ କାଠ, ଗୋଟିଏ ଦୁଇ ଚକିଆ ଯାନ, ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଡମ୍ବୁରଧର ସ୍ବାଇଁକୁ ଗିରଫ କରିଛି ପୋଲିସ । ଏହି ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଚୈଦ୍ବାର ଥାନା ଅନ୍ତର୍ଗତ କରଞ୍ଜି ଗ୍ରାମରେ ଥିବା ଶ୍ରୀକ୍ଷେତ୍ର ଆଶ୍ରମ ରୁ ଚନ୍ଦନ କାଠ ଜବତ କରିଛି ଚୌଦ୍ୱାର ଥାନା ପୋଲିସ।ବେଆଇନ ଭାବେ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଶ୍ରମରେ ଚଢ଼ାଉ କରିଥିଲା ପୋଲିସ। ଚୈଦ୍ବାର ଥାନା ଏଏସଆଇ ସତ୍ୟଜିତ ସନାପତି ଙ୍କ ସହିତ ଅନ୍ୟ କର୍ମଚାରୀ ଆଶ୍ରମରେ ଚଢ଼ାଉ କରି ଚନ୍ଦନ କାଠ ଜବତ କରିବା ସହ ଆସାମୀ କୁ ଗିରଫ କରିଛନ୍ତି।ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ହେଉଛନ୍ତି ବଡ କୃଷ୍ଣପୁର ଗ୍ରାମର ଡମ୍ବୁରଧର ସ୍ବାଇ।ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତା ନିକଟରୁ ୫ କେଜି ଓଜନର ଚନ୍ଦନ କାଠ, ଗୋଟିଏ ହିରୋହୋଣ୍ଡା ଗାଡି ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି।ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତ ରହିଛି ,ଏହାକୁ ସେ କେଉଁଠୁ ଆଣିଲା ସେନେଇ ପୋଲିସ ତଦନ୍ତ ଜାରି ରହିଛି।Body:No needConclusion:No need

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.