ETV Bharat / city

ପବିତ୍ର ନବରାତ୍ରୀ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଗଡ଼ଚଣ୍ଡୀ

author img

By

Published : Oct 10, 2021, 8:00 PM IST

ମା' ଦୁର୍ଗାଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା ଓ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା' ଗଡଚଣ୍ଡୀଙ୍କ ସ୍କନ୍ଦମାତା ରୂପ । ଆଉ ଏହାକୁ ଦର୍ଶନ କଲେ ବାଧା ବିଘ୍ନ ଦୂର ହେବା ସହ ମନୁଷ୍ୟ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଅଧିକ ପଢନ୍ତୁ...

ପବିତ୍ର ନବରାତ୍ରୀ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଗଡ଼ଚଣ୍ଡୀ
ପବିତ୍ର ନବରାତ୍ରୀ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଗଡ଼ଚଣ୍ଡୀ

କଟକ: ପାର୍ବଣର ଆଗମନରେ ଜାରି ରହିଛି ମା'ଙ୍କ ନବରାତ୍ର ପୂଜା । ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ । ନବରାତ୍ରୀର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନ ପରେ ଆଜି ହେଉଛି ଚତୁର୍ଥ ଦିନ । ମା' ଦୁର୍ଗାଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା ଓ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା' ଗଡଚଣ୍ଡୀଙ୍କ ସ୍କନ୍ଦମାତା ରୂପ । ଏହି ବେଶରେ ଆଜି ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ପୂଜା ପାଇବେ ଜଗତ ଜନନୀ । ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ ।

ପବିତ୍ର ନବରାତ୍ରୀ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଗଡ଼ଚଣ୍ଡୀ

ତେବେ ପରମ୍ପରା ଅନୁଯାୟୀ ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାନ୍ତି ସେମାନେ ଯଦି ଏହି ଦିନ ସ୍କନ୍ଦମାତାଙ୍କ ପୂଜା କରନ୍ତି, ତେବେ ବୃହସ୍ପତିଙ୍କର ପ୍ରକୋପ କମ ହୋଇଯାଏ । ଆଉ ଏହାଦ୍ବାରା ଜୀବନରେ ଉନ୍ନତି ଆସେ ।

କାରଣ ବୃହସ୍ପତି ଶିକ୍ଷା, ସମୃଦ୍ଧି, ଉଚ୍ଚପଦ ଓ ସମ୍ମାନର ଗ୍ରହ ଅଟନ୍ତି । ସ୍କନ୍ଦମାତାଙ୍କର ବାହାନ ସିଂହ ଅଟେ । ମା' ସ୍କନ୍ଦମାତାଙ୍କୁ କଦଳୀର ଭୋଗ ସବୁଠୁ ପ୍ରିୟ । ଆଉ ଏହା ସହ ଖିରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.