ETV Bharat / city

ଦେବୀଗଡାରେ ବିସର୍ଜନ: ମା’ଙ୍କ ଆଗମନରେ ମନରେ ବାନ୍ଧିଥିଲେ ଆଶା, ସବୁ ଉଜାଡି ଦେଲା ବର୍ଷା

author img

By

Published : Oct 6, 2022, 9:03 PM IST

ଦେବୀଗଡାରେ ବେପାର ଉଜାଡିଦେଲା ଲଘୁଚାପ ବର୍ଷା
ଦେବୀଗଡାରେ ବେପାର ଉଜାଡିଦେଲା ଲଘୁଚାପ ବର୍ଷା

ମା'ଙ୍କ ମେଲଣକୁ ନେଇ ବେଶ ଚଳଚଞ୍ଚଳ ହୁଏ ଦେବୀଗଡା । ଦୁର୍ଗାପୂଜା ଆସିଲେ ମୁଣ୍ଡଟେକେ ଦେବୀଗଡାର ମିନିବଜାର । ଗତ ୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ହାତବାନ୍ଧି ବସିଥିବା ବେଳେ ଚଳିତ ବର୍ଷ ଭଲ ଦିପଇସା ରୋଜଗାରର ଲକ୍ଷ୍ୟ ରଖିଥିଲେ ବେପାରୀ । ହେଲେ ଏ ବର୍ଷ ମଧ୍ୟ ଦାଉ ସାଧିଲା ଦଇବ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଚିନ୍ତାରେ ବ୍ୟବସାୟୀ । ଦେଖନ୍ତୁ ରିପୋର୍ଟ

କଟକ : ଦଶହରା ପରେ ଏବେ ବିଦାୟ ନେଉଛନ୍ତି ମା'। ଦୀର୍ଘ ୧୦ ଦିନର ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗଜଜନନୀ । ଅଷ୍ଟମୀଠାରୁ ଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା କଟକ ସହର । ଏହିଦିନରେ ସମସ୍ତ ଭକ୍ତ ମର୍ମାହତ ଥିଲାବେଳେ ଚାତକ ପରି ଚାହିଁ ରହିଥାଏ ଦେବୀଗଡ଼ାରେ ଥିବା ଉଠା ବେପାରୀ । ମାଙ୍କ ଆଗମନକୁ ନେଇ ବେଶ ଚଳଚଞ୍ଚଳ ହୁଏ ଦେବୀଗଡା । ଦୁର୍ଗାପୂଜା ଆସିଲେ ମୁଣ୍ଡଟେକେ ଦେବୀଗଡାର ମିନିବଜାର । ଏଠାରେ ଘରକରଣା ସମଗ୍ରୀ ଠାରୁ ଆରମ୍ଭ କରି ଆସବାବ ପତ୍ର ମିଳିଥାଏ । ଭଲ ଦିପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚିନ୍ତାରେ ବ୍ୟବସାୟୀ ।

ଦେବୀଗଡାରେ ବେପାର ଉଜାଡିଦେଲା ଲଘୁଚାପ ବର୍ଷା

ମା' ଆସିଲେ ଦେବୀଗଡାକୁ ଆସନ୍ତି ଉଠା ବେପାରୀ । ଅଷ୍ଟମୀ ଠାରୁ ଏଠାରେ ଷ୍ଟଲ ପଡିବା ଆରମ୍ଭ ହେଉଥିବା ବେଳେ ମା'ଙ୍କ ମେଲଣରେ ବୋପାର ଜମିଥାଏ । ହଜାର ହଜାର ବର୍ଷର ପରମ୍ପରା ସହ ଜଡିତ କଟକର ଐତିହାସିକ ଦେବୀଗଡା । କାହିଁ କେବେଠାରୁ ଏହି ଗଡାରେ ମୂର୍ତ୍ତି ବିସର୍ଜନ ହୋଇଆସୁଛନ୍ତି ।ରାଜ୍ୟର କୋଣଅନୁକୋଣରୁ ଭକ୍ତମାନେ ଆସି ଏହି ସ୍ଥାନରେ ରହି ମାଆଙ୍କ ବିସର୍ଜନ ଦେଖିବା ସହ ଘର କରଣା ଜିନିଷପତ୍ର ମଧ୍ୟ କିଣିଥାନ୍ତି । ଛୁଞ୍ଚି ଠାରୁ ଆରମ୍ଭ କରି ଶାବଳ ପର୍ଯ୍ୟନ୍ତ ଏଠାରେ ସବୁ ଉପଲବ୍ଧ ରହିଥାଏ । ଏହାସହ ଡାଲା ବାଉଁସିଆ, ଝାଡୁ ଇତ୍ୟାଦି ମିଳିଥାଏ । ଦୀର୍ଘ ଦୁଇବର୍ଷ ଧରି କୋଭିଡ କାରଣରୁ ଏହି ବ୍ୟବସାୟୀମାନେ ହାତବାନ୍ଧି ବସିଥିବା ବେଳେ ଚଳିତବର୍ଷ ବେପାର ଆଶାରେ ଆସିଥିଲେ । ହେଲେ ଏ ବର୍ଷ ମଧ୍ୟ ଦାଉ ସାଧିଲା ଦଇବ । ବର୍ଷା ଯୋଗୁଁ ବ୍ୟବସାୟ ମାନ୍ଦା ପଡିଥିବା ବେଳେ ଗ୍ରାହକଙ୍କ ଭିତରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ:521 ବର୍ଷର ଦୁର୍ଗାପୂଜା: ତନ୍ତ୍ରପୀଠ ଭାବେ ପରିଚିତ ଲକ୍ଷ୍ମଣନାଥ ଗଡ, ନବମୀରେ ହୁଏ କୁମାରୀ ପୂଜା

ଅନ୍ୟପଟେ ଏହି ଉଠା ବଜାରର ବେଶ ମଜା ନେଇଥାନ୍ତି ଭକ୍ତ । ମା'କୁ ବିଦାୟ ଦେବାସହ ନିଜର ଆବଶ୍ୟକତା ଜିନିଷପତ୍ର ମଧ୍ୟ କିଣିଥାନ୍ତି। କମ ଦାମରେ ଭଲ ଜିନିଷ ପାଇ ବେଶ ଖୁସି ଅନୁଭବ କରନ୍ତି ଗ୍ରାହକ । କିନ୍ତୁ ଚଳିତ ବର୍ଷା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁନାହିଁ । ହେଲେ ଚଳିତବର୍ଷ ସବୁ କିଛି ହୋଇଯାଇଛି ଓଲଟପାଲଟ । ଲଘୁଚାପ ଜନିତ ବର୍ଷା ଯୋଗୁଁ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଏହି ଦେବୀଗଡା ମାର୍କେଟର ବୋପାରୀ ।

ଏନେଇ ଜଣେ ବେପାରୀ କହିଛନ୍ତି,"ଆମେ ଡାଲା, ବାଉଁସିଆ, ଝାଡୁ ସବୁକିଛି ଆଣିଛୁ । ହେଲେ ବର୍ଷା ପାଇଁ ହଇରାଣ ହେଉଛୁ । ଏବର୍ଷ ରେଟ ମଧ୍ୟ ଅଳ୍ପ କିଛି ବଢିଛି । କିନ୍ତୁ ଅଧିକ କିଛି ତଫାତ ନାହିଁ । ୨ ବର୍ଷ ହେଲା କୋରୋନା ଯୋଗୁଁ ବ୍ୟବସାୟ ହୋଇପାରିନଥିଲା । ଚଳିତ ବର୍ଷ ଭଲ ବ୍ୟାବସାୟ ହେବ ବୋଲି ଆଶା ରଖିଥିଲୁ । କିନ୍ତୁ ବର୍ଷା ଦାଉ ସାଧୁଛି । ବର୍ଷା ହେଲେ ବେପାର ଟିକେ ମାନ୍ଦା ହେବ ।"

ଦୀର୍ଘ ୧୦ ଦିନର ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗଜଜନନୀ । ବର୍ଷା ଯୋଗୁଁ ଦେବୀଗଡାରେ ବ୍ୟବସାୟ କରିନପାରି ଚିନ୍ତାରେ ଉଠାଦୋକାନୀ ।



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.