ETV Bharat / city

ପୁଣି ରିମାଣ୍ଡରେ ଆସିପାରନ୍ତି 5 ଅଭିଯୁକ୍ତ, ତଦନ୍ତ ସ୍କାନରରେ ରହସ୍ୟମୟୀ ମହିଳା

author img

By

Published : Sep 25, 2021, 4:16 PM IST

Updated : Sep 25, 2021, 7:26 PM IST

ପୁଣି 5 ଅଭିଯୁକ୍ତ ଆସି ପାରନ୍ତି ରିମାଣ୍ଡରେ, ରହସ୍ୟମୟୀ ମହିଳାଙ୍କ ଉପରେ ଜାରି ରହିଛି ତଦନ୍ତ
ପୁଣି 5 ଅଭିଯୁକ୍ତ ଆସି ପାରନ୍ତି ରିମାଣ୍ଡରେ, ରହସ୍ୟମୟୀ ମହିଳାଙ୍କ ଉପରେ ଜାରି ରହିଛି ତଦନ୍ତ

ଡିଆରଡିଓ ତଥ୍ୟ ଲିଙ୍କ ଘଟଣା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ପ୍ରତିକ୍ରିୟା। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲ ହାଜତକୁ ପଠା ଯାଇଛି। ପୁଣି ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆସିବେ। ଅଧିକ ପଢନ୍ତୁ...

କଟକ: DRDO ଡାଟା ଲିକ ଘଟଣାରେ ନୂଆ ମୋଡ । ରିମାଣ୍ଡ‌ ବେଳେ ସତ ଓଗାଳିଛନ୍ତି ୫ ଅଭିଯୁକ୍ତ। କିପରି ଯୁବତୀଙ୍କ ପ୍ରେମରେ ପଡି ସବୁ ଦେଇଥିଲେ ତଥ୍ୟ। ଜଣେ କି ଦୁଇଜଣ ନୁହେଁ ୫ ଜଣ କର୍ମଚାରୀ ଏପରି ଟିକନିକ ତଥ୍ୟ ମହିଳା ହାତକୁ ଟେକିଦେଉଥିଲେ । ପ୍ରତିବଦଳରେ କେବଳ ସର୍ତ୍ତ ଥିଲା ମହିଳା ଦୁଇ ଜଣଙ୍କୁ ବିବାହ କରିବାକୁ କଥା ଦେଇଥିଲେ। ଆଉ ତିନିଜଣଙ୍କୁ ମିଠା ମିଠା କଥାରେ ଭସାଇ ଚାନ୍ଦିପୁର ଆସିଲେ ।

ପୁଣି 5 ଅଭିଯୁକ୍ତ ଆସି ପାରନ୍ତି ରିମାଣ୍ଡରେ, ରହସ୍ୟମୟୀ ମହିଳାଙ୍କ ଉପରେ ଜାରି ରହିଛି ତଦନ୍ତ

କ୍ରାଇମବ୍ରାଞ୍ଚ ଯେତେ ଖୋଳୁଛି ସେତେ ବାହାରୁଛି ଏପରି ସୂଚନା । ୭ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚଙ୍କୁ ମିଳିଛି ସାଂଘାତିକ ତଥ୍ୟ । ଫେସବୁକରେ ବିଭିନ୍ନ ନାଁରେ ୭ଟି ଆକାଉଣ୍ଟ ଖୋଲି ହିନ୍ଦୀରେ କଥା ହେବା ସହ ଚାଟ୍ କରୁଥିଲେ ରହସ୍ୟମୟୀ । ୭ ଦିନିଆରେ ରିମାଣ୍ଡ ସମୟର ଜେରା ବେଳେ ଅଭିଯୁକ୍ତଙ୍କ ତଥ୍ୟକୁ ନେଇ ତର୍ଜମା କରାଯାଉଛି । ତଦନ୍ତରେ ଆବଶ୍ୟକ ପଡିଲେ ପୁଣି ଥରେ ରିମାଣ୍ଡରେ ଆଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ରହସ୍ୟମୟୀ ମହିଳାଙ୍କ ୟୁକେ ଫୋନ ନମ୍ବର ଡିଟେଲ୍ସ ଜାଣିବା ପାଇଁ ଜାରି ରହିଛି ଯାଞ୍ଚ । ତାଙ୍କର ପ୍ରକୃତ ପରିଚୟ ଓ ସେ କେଉଁଠି ରହୁଛନ୍ତି ତାହାର ତନାଘନା କରୁଛି ଟିମ । ୭ ଦନିଆ ରିମାଣ୍ଡ ସମୟରେ ଜେରାରେ ମିଳିଥିବା ତଥ୍ୟକୁ ନେଇ ଆନାଲିସିସ କରୁଛି କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚର ସ୍କାନରେ ଚାନ୍ଦିପୁର ଆଇଟିଆର ନିର୍ଦ୍ଦେଶକଙ୍କ ଗାଡି ଡ୍ରାଇଭର ସଚିନ୍ ଛେତା । ଡ୍ରାଇଭର ସଚିନ ଆଇଟିଆର ନିର୍ଦ୍ଦେଶକଙ୍କୁ ନେବା ଆଣିବା କରୁଥିଲା । ନିର୍ଦ୍ଦେଶକ ଫୋନରେ କଥା ହେବା ବେଳେ କିମ୍ବା କାହା ସହିତ ଆଲୋଚନା କରିବା ବେଳ ସଚିନ ତଥ୍ୟ ଦେଇଥିବା ନେଇ ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।

ସଚିନ କ୍ଷେପଣାସ୍ତ୍ର ସମ୍ପର୍କରେ ସୂଚନା ଦେବା ସହ ଟଙ୍କା କାରବାର କରିଥିବା ସନ୍ଦେହ କରାଯାଉଛି । ଜଣେ ଅଭିଯୁକ୍ତଙ୍କ ଦୁବାଇ ଲିଙ୍କ୍ ଓ ଆକାଉଣ୍ଟ ଡିଟେଲ୍ସ ଜାଣିବାକୁ ପ୍ରୟାସ ଜାରି ରଖିଛି ଟିମ । ଅଭିଯୁକ୍ତ ମାନେ ଅନ୍ୟ କୌଣସି ବାଟରେ ଟଙ୍କା ନେଇଛନ୍ତି କି ନା ସେନେଇ ଯାଞ୍ଚ ଚାଲିଛି । ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣାଯାଇ ପାରେ । ସେପେଟେ ଏଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଆଏ ତଦନ୍ତ କଲେ ପୁରା ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ପୂର୍ବତନ ପୋଲିସ ଡିଜି ସଂଜୀବ ପଣ୍ଡା କହିଛନ୍ତି ।

ଭୁବନେଶ୍ବରରୁ ତାପସ ଏବଂ କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated :Sep 25, 2021, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.