ETV Bharat / city

DRDO ତଥ୍ୟ ଲିକ୍ ମାମଲା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

author img

By

Published : Sep 28, 2021, 6:06 PM IST

Updated : Sep 28, 2021, 8:43 PM IST

DRDO ତଥ୍ୟ ଲିକ ମାମଲା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
DRDO ତଥ୍ୟ ଲିକ ମାମଲା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

DRDO ତଥ୍ୟ ଲିକ ଘଟଣାରେ ଉଚ୍ଚ ନ୍ୟାୟାଳୟରେ ଦାୟର ହେଲା ଜନସ୍ବାର୍ଥ ମାମଲା । କ୍ରାଇମ ବ୍ରାଞ୍ଚ ପରିବର୍ତ୍ତେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଆବେଦନକାରୀ । ଅଧିକ ପଢନ୍ତୁ...

କଟକ: DRDO ତଥ୍ୟ ଲିକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା । ଏନେଇ କଟକର ଜଣେ ଆଇନଜୀବୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ଏହା ଜାତୀୟ ସୁରକ୍ଷା ସମ୍ପର୍କୀତ ଗୁରୁତ୍ବପୂର୍ଣ୍ଣ ମାମଲା ହୋଇଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ତେଣୁ କ୍ରାଇମବ୍ରାଞ୍ଚ ପକ୍ଷେ ଏହାର ସଠିକ ତଦନ୍ତ ସମ୍ଭବ ନୁହେଁ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ ।

ସେହିପରି ଘଟଣାର ତଦନ୍ତଭାର CBI, NIA ବା SIT ଦ୍ବାରା କରାଯିବା ନେଇ ମଧ୍ୟ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଆବେଦନକାରୀ । ଏହି ଆବେଦନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ CBI ଓ NIA କୁ ମିଶାଇ ମୋଟ 7 ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି ।

DRDO ତଥ୍ୟ ଲିକ୍ ମାମଲା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ବର୍ତ୍ତମାନ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ବହୁଚର୍ଚ୍ଚିତ ଗୁପ୍ତଚର ଘଟଣାର ତଦନ୍ତ ପ୍ରଥମେ ବାଲେଶ୍ବର ପୋଲିସ ଏହି ମାମଲାର ତଦନ୍ତ କରୁଥିବାବେଳେ ପରେ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । 5 ଜଣ କର୍ମଚାରୀଙ୍କୁ ଗତ 14 ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିବା ସହ ପରେ ସମସ୍ତ ଅଭିଯୁକ୍ତମାନଙ୍କୁ 7 ଦିନିଆ ରିମାଣ୍ଡରେ ଆଣି ଜେରା ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ ।

ଏହି ଜେରାରୁ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିଶେଷ କରି ଅଭିଯୁକ୍ତମାନେ ହନି ଟ୍ରାପରେ ଫସି ଟଙ୍କା ବଦଳରେ ଏହି ସୁରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ଗୋପନିୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ଏବେ କିନ୍ତୁ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ ବିବାଦ ଏବେ ନ୍ୟାୟାଳୟରେ ପହଞ୍ଚିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 28, 2021, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.