ETV Bharat / city

DRDO ତଥ୍ୟ ଲିକ ମାମଲା, ଜବାବ ରଖିବାକୁ ଉଭୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Nov 9, 2021, 12:13 PM IST

Updated : Nov 9, 2021, 2:42 PM IST

DRDO ତଥ୍ୟ ଲିକ ମାମଲା, ଜବାବ ରଖିବାକୁ ଉଭୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
DRDO ତଥ୍ୟ ଲିକ ମାମଲା, ଜବାବ ରଖିବାକୁ ଉଭୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

DRDO ତଥ୍ୟ ଲିକ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଅଧିକ ପଢନ୍ତୁ...

କଟକ: କଟକ: ଚାନ୍ଦିପୁର ଆଇଟିଆରରୁ ତଥ୍ୟ ପ୍ରଦାନ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ଦାୟର ମାମଲାର ଶୁଣାଣି ହୋଇଛି। ପ୍ରତିପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ ।

DRDO ତଥ୍ୟ ଲିକ ମାମଲା, ଜବାବ ରଖିବାକୁ ଉଭୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ରିପୋର୍ଟ ଉପସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଦେଶର ପ୍ରତିରକ୍ଷା ସଂପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ତଥ୍ୟ ତଦନ୍ତରୁ ହସ୍ତଗତ ହୋଇଛି ।

ବିଦେଶୀ ଶକ୍ତିଙ୍କ ହାତ ଏହି ଘଟଣା ପଛରେ ରହିଛି । ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସଂପର୍କରେ ଥିଲେ । ବିଦେଶରୁ ମଧ୍ୟ ଟଙ୍କା‌ ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା । ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ କରାଯିବା ଉଚିତ । କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କଲେ ପ୍ରକୃତ ଦୋ‌ଷୀ ଧରା ପଡିବେ ଓ ଏଭଳି ଷଡଯନ୍ତ୍ର ପଛରେ ରହିଥିବା ବିଦେଶୀ ଲିଙ୍କ ବାବଦରେ ଜଣାପଡିବ । ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Nov 9, 2021, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.