ETV Bharat / city

ଚଳିତ ବର୍ଷ କଟକରେ ହେବ ଡେଙ୍ଗୁ ନିୟନ୍ତ୍ରଣ !

author img

By

Published : Jul 19, 2019, 11:45 PM IST

ଡେଙ୍ଗୁ ରୋଗ କଟକରେ ପ୍ରତିବର୍ଷ କାୟାବିସ୍ଥାର କରୁଥିବାରୁ ଚଳିତ ବର୍ଷ ଯେପରି ଡେଙ୍ଗୁ ନ ହେବ, ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଛି । ଏହି ଅବସରରେ ଡେଙ୍ଗୁ ନିରାକରଣ ପାଇଁ ସମସ୍ତ ବିଭାଗର ମତାମତ ଲୋଡିଛନ୍ତି କଟକ ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବର୍ଷା ଦିନ ଆସିଲେ ଡେଙ୍ଗୁ ଭଳି ମାରାତ୍ମକ ରୋଗକୁ ନେଇ ମନରେ ପଶେ ଛନକା । ଫଳରେ ବର୍ଷା ଦିନରେ ବିଭିନ୍ନ ଡାକ୍ତରଖାନାରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲିଥାଏ । ତେବେ ଡେଙ୍ଗୁ ରୋଗ କଟକରେ ପ୍ରତିବର୍ଷ କାୟାବିସ୍ତାର କରୁଥିବାରୁ ଚଳିତ ବର୍ଷ ଯେପରି ଡେଙ୍ଗୁ ନ ହେବ, ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଛି ।

ଏହି ଅବସରରେ ଡେଙ୍ଗୁ ନିରାକରଣ ପାଇଁ ସମସ୍ତ ବିଭାଗର ମତାମତ ଲୋଡିଛନ୍ତି କଟକ ଜିଲ୍ଲାପାଳ । ସେହି ମତାମତକୁ ନେଇ ଦିନେ ଦୁଇ ଦିନ ଭିତରେ ସିଡିଏମଓ ଆକ୍ସନପ୍ଲାନ କରିବେ । ଏହି ଆକ୍ସନପ୍ଲାନକୁ ନେଇ ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଶୁକ୍ରବାର ଜିଲ୍ଲାପାଳ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଶିଳ୍ପାଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଉଥିବାରୁ ଶିଳ୍ପାଞ୍ଚଳର ସଦସ୍ୟ ଓ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.