ETV Bharat / city

କଟକରେ 93ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ: CMC କମିଶନର

author img

By

Published : May 8, 2022, 12:47 PM IST

କଟକରେ 93ଟି ବାତ୍ୟା ଆଶ୍ରୟ ସ୍ଥଳ ମହଜୁତ: CMC କମିଶନର
କଟକରେ 93ଟି ବାତ୍ୟା ଆଶ୍ରୟ ସ୍ଥଳ ମହଜୁତ: CMC କମିଶନର

ସୃଷ୍ଟି ହେଲା ବାତ୍ୟା(Cyclone Asani) । ଏହାକୁ ଦୃଷ୍ଟିରେ ରଖି କଟକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

କଟକ: ସୃଷ୍ଟି ହେଲା ବାତ୍ୟା (Cyclone Asani) । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଏହାକୁ ଦୃଷ୍ଟିରେ ରଖି କଟକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । କଟକରେ ମୋଟ 93ଟି ବାତ୍ୟା ଆଶ୍ରୟ ସ୍ଥଳ କରାଯାଇଛି । ଇଲେକ୍ଟ୍ରି, ଖାଦ୍ୟ, ପାନୀୟ, ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ମଧ୍ୟ ଆଶ୍ରୟ ସ୍ଥଳରେ ମହଜୁଦ୍‌ ରଖାଯାଇଛି ।

କଟକରେ 93ଟି ବାତ୍ୟା ଆଶ୍ରୟ ସ୍ଥଳ ମହଜୁତ: CMC କମିଶନର

ଏନେଇ CMC କମିଶନର କହିଛନ୍ତି ଯେ, "ବାତ୍ୟା ପ୍ରଭାବ ଆରମ୍ଭରୁ ହିଁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏହାଛଡ଼ା କଟକର ଯେଉଁ ତଳିଆ ଅଞ୍ଚଳ ରହିଛି ସେଠାରେ ମଧ୍ୟ ବ୍ୟାପକ ପମ୍ପସେଟ୍‌ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଜଳମଗ୍ନ ହେବନି କଟକର ତଳିଆ ଅଞ୍ଚଳ । ତେଣୁ ବର୍ତ୍ତମାନ ସମୟରେ କଟକର ଛୋଟ ଓ ବଡ଼ ନାଳ ଜରୁରୀକାଳୀନ ଭିତ୍ତିରେ ସଫା ଜାରି ରହିଛି । ତେବେ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ରୂପେ କଟକ ମହାନଗର ନଗମ ପ୍ରସ୍ତୁତ ।"

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.