ETV Bharat / city

ନକଲି ମେଡିସନ କାରବାର: ଗୟାରୁ 2 ଜଣ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା ଜାରି

author img

By

Published : Sep 26, 2022, 6:52 AM IST

ନକଲି ମେଡିସନ କାରବାର ଘଟଣା : ଗୟାରୁ ଦୁଇ ଅଭିଯୁକ୍ତ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା ଜାରି
ନକଲି ମେଡିସନ କାରବାର ଘଟଣା : ଗୟାରୁ ଦୁଇ ଅଭିଯୁକ୍ତ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା ଜାରି

କଟକରୁ ବିହାର ଗୟାକୁ ବ୍ୟାପିଛି ନକଲି ଔଷଧ କାରବାର । ତିନି ଦିନିଆ ରିମାଣ୍ଡରେ ନକଲି ମେଡିସିନ କାରବାରର ଅଭିଯୁକ୍ତ । ତଦନ୍ତ ପାଇଁ ବିହାରରେ ଥିବା କମିଶନରେଟ ପୋଲିସ ଟିମ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ତିନିଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କଟକ ପୋଲିସ । ଅଧିକ ପଢ଼ନ୍ତୁ

କଟକ: କଟକରୁ ବିହାର ଗୟାକୁ ବ୍ୟାପିଛି ନକଲି ଔଷଧ କାରବାର । ଏହି ନକଲି ଔଷଧ କାରବାରର ଖୋଳତାଡ଼ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଟିମକୁ ମିଳିଛି ବଡ଼ ସଫଳତା । ନକଲି ଔଷଧ କାରବାରର କାର୍ପଟଦାର ଏବେ ପୋଲିସ ପଞ୍ଝାରେ । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ନିଜ କବଜାକୁ ନେଇଛି । ତେବେ କେଉଁଠାରେ ଏହି ନକଲି ମେଡିସିନ ପ୍ରସ୍ତୁତ ହେଉଥିଲା ସେନେଇ ଗୟା ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା କହିଛନ୍ତି ଡିସିପି ।

ନକଲି ମେଡିସନ କାରବାର ଘଟଣା : ଗୟାରୁ ଦୁଇ ଅଭିଯୁକ୍ତ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା ଜାରି

ଉଭୟ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ଏମାନଙ୍କ ପାଖରୁ ଖୋଲିପାରେ ନକଲି ମେଡିସିନ କାରବାରର ଗୁମର । ପୋଲିସ ଟିମ ସହ ସାଙ୍ଗରେ ଅଛନ୍ତି ଔଷଧ ନିୟନ୍ତ୍ରକଙ୍କ ଟିମ୍ । ଗୟା ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନଭିନ କଲାପରେ ଧରାପଡିଛନ୍ତି ଏହି ଦୁଇଜଣ ଅଭିଯୁକ୍ତ । ଅଭିଯୁକ୍ତ ଦୁଇଜଣ ହେଲେ ବିହାରର ଗୟା ନିବାସୀ ଆଲୋକ ମିଶ୍ରା ଏବଂ ରାଞ୍ଚି ନିବାସୀ ହରିତ କୁମାର । ସବୁଠାରୁ ବଡ଼ କଥା ହେଲା ଦୁଇ ଅଭିଯୁକ୍ତ ଚଲାଇଥିବା ଦୁଇଟି ଫାର୍ମ ବାଲାଜି ଟ୍ରେଡର୍ସ ଆଉ ବାଲାଜି ଡ୍ରଗସ୍ ଏଜେନ୍ସି ନାମରେ କୌଣସି ଲାଇସେନ୍ସ ବି ନଥିଲା । ଫେକ ଲାଇସେନସରେ ଚାଲିଥିଲା ବ୍ୟବସାୟ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ ।

ମୂଳ ଦଫା ସହିତ 365/420/366/467/468/471/336/326/483/486/120 ବି ଦଫା ଲାଗିଛି ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ । ତେବେ ପୋଲିସ କବଜାରେ ଥିବା ଦୁଇ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ପୋଲିସର ତଦନ୍ତ ଆଗକୁ ବଢୁଥିବା କହିଛନ୍ତି ଡିସିପି । ଦୁଇ ଅଭିଯୁକ୍ତ ଫେକ ଲାଇସେନ୍ସରେ ଚଲାଇଥିବା ଫାର୍ମା କମ୍ପାନୀ ମଧ୍ୟ ଅନ୍ୟଠାରୁ ଏହି ନକଲି ଔଷଧ ବ୍ୟବସାୟ କରୁଥିଲେ । ତେବେ ଏବେ ବି ଏହି ନକଲି ଔଷଧ ନିର୍ମାତାର ଟେର ପାଇନି କମିଶନରେଟ ପୋଲିସ । ଅନୁସନ୍ଧାନ ଆଗକୁ ଗଲେ ଖୋଲିବ ଆହୁରି ଅନେକ ଗୁମର ।

ଡିସିପିଙ୍କ ମତରେ, ‘‘ବହୁତ ବଡ଼ ସିଣ୍ଡିକେଟ କାମ କରୁଛି ଏହି ନକଲି କାରବାର ପଛରେ । ବହୁ ପ୍ରତିଷ୍ଠିତ ଶିକ୍ଷିତ ବ୍ୟକ୍ତି ସାମିଲ ଅଛନ୍ତି ରାକେଟରେ । ନକଲି ଔଷଧ କାରବାରରେ ଅନ୍ୟ ରାଜ୍ୟର ସମ୍ପୃକ୍ତି ସମ୍ବନ୍ଧରେ କୌଣସି ପ୍ରମାଣ ମିଳିନାହିଁ’’ । ଏଭଳି ଜୀବନ ହାନିକାରକ ମେଡିସିନର ମୂଳଚେର ପର୍ଯ୍ୟନ୍ତ ପୋଲିସ ଯିବ ବୋଲି କହିଛନ୍ତି ଡିସିପି । କଟକରେ ବାରମ୍ବାର ନକଲି ମେଡିସିନ ଜବତ ହେବାପରେ ତଦନ୍ତ ପାଇଁ ରାଜ୍ୟ ବାହାରେ ଡେରା ପକାଇଛି କମିଶନରେଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍‌ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.