ETV Bharat / city

ଧରାଧାମରୁ ମେଲାଣି ନେଉଛନ୍ତି ମହାମାୟା, ଭାବବିହ୍ବଳ ଭକ୍ତ

author img

By

Published : Oct 6, 2022, 1:49 PM IST

ମେଲାଣି ନେଉଛନ୍ତି ମା' ଜଗତଜନନୀ
ମେଲାଣି ନେଉଛନ୍ତି ମା' ଜଗତଜନନୀ

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗଜଜନନୀ । ଅସ୍ଥାୟୀ ପୋଖରୀରେ ମା'ଙ୍କ ମୂର୍ତ୍ତି ବିସର୍ଜନ କରାଯାଉଛି । ଅଧିକ ପଢନ୍ତୁ

କଟକ: ପୂଜା ମଣ୍ଡପରୁ ମେଲାଣୀ ନେଉଛନ୍ତି ମା' ଜଗତଜନନୀ । ଦଶଭୂଜା ଭକ୍ତଙ୍କୁ ଦର୍ଶନ ଦେଇ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଦଶହରା ସରିଛି ଏବେ ବିଦାୟ ନେଉଛନ୍ତି ମା'। ଟ୍ବିନ ସିଟି କଟକର ପ୍ରାୟ ସମସ୍ତ ପୂଜା ମଣ୍ଡପରୁ ମା' ଦୁର୍ଗା ଶୋଭାଯାତ୍ରାରେ ବାହାରି ସାରିଛି । ପରମ୍ପରା ଅନୁଯାୟୀ ମେଢ଼ ପ୍ରଥମେ ସାହି ବୁଲିବ । ଏହା ପରେ ଶୋଭାଯାତ୍ରାରେ ଦେବୀଗଡା ଅଭିମୁଖେ ବାହାରିବ ମେଢ଼ । ଆର ବର୍ଷକୁ ମାଆଙ୍କ ଅପକ୍ଷାରେ ଭକ୍ତ ।

ମେଲାଣି ନେଉଛନ୍ତି ମା' ଜଗତଜନନୀ

ପାରମ୍ପରିକ ବାଦ୍ୟ,ଘଣ୍ଟ ,ଘଣ୍ଟା ,ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଛି କଟକ ସହର । ଦେବୀଗଡାରେ ମା'ଙ୍କ ମୂର୍ତ୍ତି ବିସର୍ଜନ କରାଯିବ । ଏଥିପାଇଁ ୩ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି । ଏଯାଏଁ ୧୬ଟି ମେଢ଼ର ବିସର୍ଜନ କରାଯାଇ ସାରିଲାଣି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଏମସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି ।

ଏହା ବି ପଢନ୍ତୁ...ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ, ପୁଣି ଆରବର୍ଷକୁ ଅପେକ୍ଷା

ମେଢ଼ ଗୁଡ଼ିକ ସାହି ବୁଲି ସାରିବା ପରେ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀକୁ ଅଣାଯିବ । ଶାନ୍ତିଶୃଙ୍ଖଳାର ସହ ଭସାଣୀ ଉତ୍ସବ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଏଥିପାଇଁ ଟ୍ୱିନସିଟି କଟକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ଛି। ଏହାସହିତ ବିସର୍ଜିତ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଓ ପଦାର୍ଥ ଯେପରି ନଦୀ କିମ୍ବା ପୁଷ୍କରିଣୀ ଜଳ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ଧ୍ୟାନ ଦିଆଯିବା ସହ ମୂର୍ତ୍ତି ବିସର୍ଜନ ପୂର୍ବରୁ ସମସ୍ତ ଫୁଲ, ପତ୍ର, ବସ୍ତ୍ର, କାଗଜ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଗୁଡିକୁ ମୂର୍ତ୍ତିରୁ କାଢି ପୃଥକୀକରଣ କରିବା ପାଇଁ ଜାରି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣ ପାଇଁ ଭୁବନେଶ୍ବରରେ 55 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.