ETV Bharat / city

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ଦୁର୍ଗା ପୂଜାରେ କମୁଛି କ୍ରାଇମ୍

author img

By

Published : Oct 26, 2020, 12:12 PM IST

ଦୁର୍ଗା ପୂଜା ଆସିଲେ କଟକରେ ବଢେ ଅପରାଧ । ଛୋଟ ବଡ ଅପରାଧୀ ହୋଇଥାନ୍ତି ସକ୍ରିୟ । ତେବେ ଚଳିତବର୍ଷ ଦୁର୍ଗା ପୂଜା ସମୟରେ ଅନେକ ଆଣ୍ଟିସୋସିଆଲଙ୍କୁ ଗିରଫ କରି ସାରିଲାଣି କମିଶନରେଟ ପୋଲିସ । ଯାହାକୁ ନେଇ ଆଶ୍ବସ୍ତି ଲାଭ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ...

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ
କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

କଟକ: ଦଶହରା ଆସିଲେ କଟକରେ ବଢେ ଦୁର୍ଦ୍ଦାନ୍ତଙ୍କ ପ୍ରାଦୁର୍ଭାବ ! ସକ୍ରିୟ ହୋଇ ଉଠନ୍ତି ଛୋଟ ବଡ ଅପରାଧୀ । ଲୋକଙ୍କ ଗହଳିରେ ଏମାନେ ଭିଆଇଥାନ୍ତି ବିଭିନ୍ନ କାଣ୍ଡ । ଆଉ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସାଧାରଣ ଜନତା । ଚୋରି, ରାହାଜାନୀ, ହତ୍ୟା ଧମକ ସହ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରନ୍ତି ଅସାମାଜିକ ଲୋକ ।

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

ହେଲେ ଏଥର ଏସବୁଥିରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ଅନେକ ଅପରାଧୀଙ୍କୁ ପୂଜା ପୂର୍ବରୁ ଗିରଫ କରି ସାବାଡ କରିଛି ପୋଲିସ । ଛୋଟମୋଟରୁ ନେଇ ହାର୍ଡକୋର ସବୁ ଵର୍ଗର ଅପରାଧୀଙ୍କୁ ହ୍ୟାଣ୍ଡକପ ପକାଉଛି କମିଶନରେଟ ପୋଲିସ। ଯାହା ଆଗକୁ ମଧ୍ୟ ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି ।

କଟକର ଦଶହରା ରାଜ୍ୟରେ ବେଶ ପ୍ରସିଦ୍ଧି ଲାଭ କରିଛି । ଯାହାକୁ ଦେଖିବାକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲୋକ ଆସିଥାନ୍ତି । ଆଉ ଏହି ସମୟରେ ଦୁର୍ଦ୍ଦାନ୍ତଙ୍କ ଦୌରାତ୍ମ୍ୟର ମଧ୍ୟ ଶିକାର ହୁଅନ୍ତି । ଯେଉଁଥିପାଇଁ ପୋଲିସର ଏହି ଫ୍ରଣ୍ଡଫୁଟ୍‌ ଆଟାକ୍‌କୁ ସାଧାରଣ ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି । ଏହାସହ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହୁ ବୋଲି ସେମାନେ ଆଶା ରଖିଛନ୍ତି ।

ତେବେ ସ୍ପେଶାଲ ଡ୍ରାଇଭରେ ଦାଦାବଟି ମାମଲାକୁ ଅଧିକ ଗୁରୁତ୍ବ ଦେଇ ଦମନ କରୁଛି ପୋଲିସ । ଆଗକୁ ଏହି ଡ୍ରାଇଭ ଜାରି ରହିଲେ ଭାଇଚାରାର ସହର କଟକ ପାଲଟିବ ଶାନ୍ତିର ସହର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.