ETV Bharat / city

Mamita Case In HighCourt: ଷ୍ଟାଟସ ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ

author img

By

Published : Dec 23, 2021, 2:31 PM IST

Updated : Dec 23, 2021, 4:00 PM IST

Mamita Case In HighCourt: ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ, ଜାନୁଆରୀ ୨୦ରେ ପରବର୍ତ୍ତୀ ଶୁଣାଣି
Mamita Case In HighCourt: ଷ୍ଟାଟସ ରିପୋର୍ଟ ଦାଖଲ କଲା ପୋଲିସ

ହାଇକୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ତଦନ୍ତକାରୀ ଟିମ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲା କରିଛି । ଅଧିକ ପଢନ୍ତୁ

କଟକ: ମମିତା ମେହେର ମୃତ୍ୟୁ ଘଟଣା । ଘଟଣାର ତ୍ବରିତ୍ବ ତଦନ୍ତ ଓ ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ଆବେଦନ ମାମଲାରେ ହାଇକୋର୍ଟରେ ଆଜି(ଗୁରୁବାର) ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ବନ୍ଦ ଲଫାପାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।

Mamita Case In HighCourt: ଷ୍ଟାଟସ ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ

ମମିତା ହତ୍ୟାକାଣ୍ଡ ଘଟଣାରେ ତଦନ୍ତର ଅଗ୍ରଗତି ନେଇ ସରକାରଙ୍କ ପକ୍ଷରୁ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଆଉ ଏକ ଇଣ୍ଟରଭେନିଙ୍ଗ ପିଟିସନ ଦାଖଲ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି । ତେବେ ଆବେଦନକାରୀ ଓକିଲ ଏହାକୁ ବିରୋଧ କରିଥିଲେ ।

ଆସନ୍ତା ଜାନୁୟାରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ କଳାହାଣ୍ଡି ମେହେର ସମାଜ ପକ୍ଷରୁ ଏକ ଇଣ୍ଟରଭେନିଙ୍ଗ ପିଟିସନ ଦାଖଲ କରାଯାଇଥିଲା । ମାମଲାରେ ପକ୍ଷଭୁକ୍ତ ହେବାକୁ ଏହି ପିଟିସନ ଦାଖଲ କରାଯାଇଥିଲା । ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ପକ୍ଷରୁ ମିଳିତ ଭାବରେ ଏହି ମାମଲାଟି ଦାଏର କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 23, 2021, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.