ETV Bharat / city

BSKY ଯୋଜନାରେ ସାମିଲ ହେଲା ସଦଗୁରୁ ହସ୍ପିଟାଲ୍

author img

By

Published : Sep 2, 2021, 8:39 AM IST

BSKY ଯୋଜନାରେ ସାମିଲ ହେଲା ସଦଗୁରୁ ହସ୍ପିଟାଲ୍
BSKY ଯୋଜନାରେ ସାମିଲ ହେଲା ସଦଗୁରୁ ହସ୍ପିଟାଲ୍

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ BSKY ଯୋଜନାରେ ସାମିଲ ହେଲା ସଦଗୁରୁ ହସ୍ପିଟାଲ୍ । ଅଧିକ ପଢନ୍ତୁ...

କଟକ: ରାଜ୍ୟରେ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଡ଼ ପଦେକ୍ଷପ ନେଇଛନ୍ତି । ସରକାର ଏହି ବୃହତ ଯୋଜନାରେ ସାମିଲ ହୋଇଛି କଟକ ଜଗତପୁର ଅଞ୍ଚଳରେ ଥିବା ସଦଗୁରୁ ହସ୍ପିଟାଲ୍ ।

ସଦଗୁରୁ ହସ୍ପିଟାଲରେ BSKY ଯୋଜନା ଅଧୀନରେ ଆସୁଥିବା ସମସ୍ତ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ରୋଗୀଙ୍କ ସୁବିଧା ଲାଗି ହସ୍ପିଟାଲ ପରିସରରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ମଧ୍ୟ ଆରମ୍ଭ କରାଯାଇଛି । ଏହି ଅବସରରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସଦଗୁରୁ ହସ୍ପିଟାଲର BSKY ହେଲ୍ପ ଡେସ୍କକୁ ଉଦଘାଟନ କରିଛନ୍ତି ।

BSKY ଯୋଜନାରେ ସାମିଲ ହେଲା ସଦଗୁରୁ ହସ୍ପିଟାଲ୍

BSKY ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ । ସମସ୍ତ ବର୍ଗର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ସୁବିଧାରେ ପହଞ୍ଚିବ । ଖାସ କରି ଗରିବ ରୋଗୀ ଟିଏ ଉପଯୋଗୀ ହୋଇପାରିବ । ତେଣୁ ସଦଗୁରୁ ହସ୍ପିଟାଲ BSKY ସହିତ ଯୋଡି ହେବା ପଦକ୍ଷେପକୁ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ରାଜ୍ୟ ସରକାର ଯେଉଁ ଅଭିଯାନ ରଖିଛନ୍ତି ପ୍ରତିଟି ରୋଗୀ ପାଖରେ ଉତ୍ତମ ଚିକିତ୍ସା ପହଞ୍ଚିବ ସେହି ସ୍ଲୋଗାନକୁ ସଦଗୁରୁ ହସ୍ପିଟାଲ୍ ବିଶ୍ୱାସ କରେ । ଆଗକୁ ମଧ୍ୟ ଏହି ହସ୍ପିଟାଲ ରୋଗୀ ସେବା ଜାରି ରଖିବ ବୋଲି କହିଛନ୍ତି ସଦଗୁରୁ ହସ୍ପିଟାଲର ନିର୍ଦ୍ଦେଶକ ରାହୁଲ ପ୍ରତ୍ୟୁଷ ମହାନ୍ତି । ସେହିପରି କେବଳ ଯେ ସରକାରୀ ହସ୍ପିଟାଲରେ ନୁହେଁ ବରଂ ଘରୋଇ ହସ୍ପିଟାଲରେ ମଧ୍ୟ ରୋଗୀ ଉତ୍ତମ ଚିକିତ୍ସାର ସୁବିଧା ଉଠାଇ ପାରିବେ । ହିତାଧିକାରୀମାନଙ୍କ ପାଇଁ ଏକ ହେଲ୍ପ ଡେସ୍କର ସୁବିଧା ଯୋଗାଯିବ ବୋଲି କହିଛନ୍ତି ।

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏକ ସ୍ୱାସ୍ଥ୍ୟ ବୀମା ଯୋଜନା । ଏହି ଯୋଜନା ମାଧ୍ୟମରେ ସମସ୍ତ ହିତାଧିକାରୀ ବାର୍ଷିକ ୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ପାଇପାରିବେ । ଏହା ବ୍ୟତୀତ ମହିଳାମାନେ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କାର ଚିକିତ୍ସା ପାଇପାରିବେ । ଆୟ ୨ ଲକ୍ଷରୁ କମ ରହିଥିଲେ ଏହି ଯୋଜନା ଅଧୀନରେ ଆସିପାରିବେ ହିତାଧିକାରୀ । ଏହି ଯୋଜନାରେ ରୋଗୀଟିଏ ମାଗଣାରେ ମେଡିକାଲର ଅନେକ ସେବା ପାଇପାରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.