ETV Bharat / city

କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 2 ଗିରଫ

author img

By

Published : Sep 8, 2022, 11:09 PM IST

କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 2 ଗିରଫ
କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 2 ଗିରଫ

କଟକରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ପୂର୍ବରୁ ଗଞ୍ଜେଇ ଚାଲାଣର ଠିକଣା ପାଲଟିଥିବା କଟକ ଏବେ ବ୍ରାଉନ ସୁଗାର ମୁଁହା । ୩୦୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

କଟକ : କଟକରେ ବ୍ରାଉନ ସୁଗାର ବ୍ୟବସାୟ । ପୂର୍ବରୁ ଗଞ୍ଜେଇ ଚାଲାଣର ଠିକଣା ପାଲଟିଥିବା କଟକ ଏବେ ବ୍ରାଉନ ସୁଗାର ମୁଁହା । ତେବେ ଆଜି କଟକରୁ ୩୦୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ହେବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଉଭୟଙ୍କୁ ନିଆଳି ସିଥଳ ଅଞ୍ଚଳରୁ ଗିରଫ କରିଛି ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତ ଆଲୋକ ଓ ପ୍ରଦୀପ ସ୍ଥାନୀୟ ନିଆଳି ଅଞ୍ଚଳର ବୋଲି ଜଣାପଡିଛି ।

କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 2 ଗିରଫ

ସୂଚନାନୁସାରେ ଏହି ବ୍ରାଉନ ସୁଗାର ବାଲେଶ୍ଵରରୁ କଟକ ଚାଲାଣ ହୋଇଥିଲା । କଟକ ଗ୍ରାମାଞ୍ଚଳର ଅବକାରୀ ଟିମର ସ୍ୱତନ୍ତ୍ର ଯୋଜନା ପରେ ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବିଭାଗ । ଗିରଫ ଦ୍ବୟ ହେଲେ ଆଲୋକ ଓ ପ୍ରଦୀପ । ଏ ଦିଗରେ ଅଧିକ ତଦନ୍ତ ଜାରି ରହିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଉଭୟ ଜିଲ୍ଲା ଅବକାରୀ ବିଭାଗର ସ୍କାନରରେ ଥିଲେ । ଅବକାରୀ ଟିମର ସ୍ୱତନ୍ତ୍ର ଯୋଜନା ଦ୍ବାରା ଉଭୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଏକ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ବାଲେଶ୍ଵରରୁ ଜଗତସିଂହପୁର ହୋଇ କଟକକୁ ଆସିଛି । ଏହାର ଚେର ଆଉ କେଉଁ ଆଡ଼େ ଲମ୍ବିଛି ତାହାର ତଦନ୍ତ କରୁଛି କଟକ ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ: STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ପଶ୍ଚିମବଙ୍ଗ ବ୍ୟବସାୟୀ ଅଟକ

ସେପଟେ ସମାନ ଘଟଣାରେ ବାଲେଶ୍ଵର ମସଜିଦ ଗଳିରୁ ବ୍ରାଉନ ସୁଗାର ମାଫିଆ ଏସ. କେ ରଫିକ୍‌କୁ ଏସଟିଏଫ ଗିରଫ କରିଥିଲା । ଏସଟିଏଫ (STF) ଟିମ ତା' ନିକଟରୁ ୧କିଲୋ ୩୩୮ଗ୍ରାମର ବ୍ରାଉନସୁଗାର‌ ଜବତ କରିଥିଲା । ଏହାର ଆନୁମାନିକ ମୂଲ୍ୟ 1 କୋଟିରୁ ଅଧିକ ଟଙ୍କା ହେବା ନେଇ ସୂଚନା ମିଳିଛି । ଧରାପଡିଥିବା ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ପଞ୍ଚକୁଲାର ଏସ. କେ ରଫିକ । ଯିଏକି ଅରଡି ବଜାର ମସଜିଦଗଳିର ରେଲୱେ ଲେଭଲ କ୍ରସିଂ ନିକଟରେ ରହୁଥିଲା । ଅଭିଯୁକ୍ତ ଜଣକ ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି କାରବାର କରୁଥିଲା । ବାଲେଶ୍ୱର ଅରଡ଼ାବଜାର ଅଞ୍ଚଳରେ ରହି ଚଳାଇଥିଲା ନିଶାକାରବାର । ଓଡି଼ଶାର‌ ବିଭିନ୍ନ ସ୍ଥାନକୁ ଏହି ନିଶାଦ୍ରବ୍ୟ ସେ ସପ୍ଲାଏ କରୁଥିଲା । ଅଭିଯୁକ୍ତ ଏସ. କେ ରଫିକ ଧରାପଡିବା ପରେ କେଉଁ ଅଞ୍ଚଳକୁ ସପ୍ଲାଇ କରୁଥିଲା ସେନେଇ ଖୋଳତାଡ଼ କରୁଛି ଏସଟିଏଫ୍ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.