ETV Bharat / city

ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା BBP

author img

By

Published : Jan 16, 2022, 12:28 PM IST

ଯୋଜନାର ଫାଇଦା ପାଇଁ ହେଉଛି ନିର୍ବାଚନ: ଭାରତୀୟ ବିକାଶ ପରିଷଦ
ଯୋଜନାର ଫାଇଦା ପାଇଁ ହେଉଛି ନିର୍ବାଚନ: ଭାରତୀୟ ବିକାଶ ପରିଷଦ

କୋରୋନା ସମୟରେ ପଞ୍ଚାୟତ ନିର୍ବାଚନ ନକରିବାକୁ ଭାରତୀୟ ବିକାଶ ପରିଷଦର ଦାବି । ଅଧିକ ପଢନ୍ତୁ

କଟକ: ବେକାବୁ ହେଉଛି କୋରୋନା ମହାମାରୀ । ଦୈନିକ 11 ହଜାର ପାର କଲାଣି ସଂକ୍ରମଣ । ଏମିତିକି ଦେଶରେ ମଧ୍ୟ ଦୈନିକ 3ଲକ୍ଷ ମୁଁହା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ସରକାର ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ତେବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ନିର୍ବାଚନ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ ବିକାଶ ପରିଷଦ (BBP) ସଭାପତି ।

ଯୋଜନାର ଫାଇଦା ପାଇଁ ହେଉଛି ନିର୍ବାଚନ: ଭାରତୀୟ ବିକାଶ ପରିଷଦ

ଯୋଜନା ଆଳରେ ଲାଞ୍ଚ ଦେଇ କିପରି ଲୋକଙ୍କ ଠୁ ଭୋଟ କିଣିବେ ସରକାର ସେନେଇ ନିର୍ବାଚନ କରୁଛନ୍ତି । ଦେଶରେ ଓ ରାଜ୍ୟରେ ସଂକ୍ରମଣକୁ ନଜର ଦେଉ ନାହାନ୍ତି ସରକାର । ଯଦି ଆହୁରି ମହାମାରୀ ବ୍ୟାପିବ ତେବେ ସରକାର ହିଁ ଏଥି ପାଇଁ ଦାୟୀ ରହିବେ । ବର୍ତ୍ତମାନ କରୋନା ଯେଉଁଭଳି ଭାବରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ଏହି ସମୟରେ ନିର୍ବାଚନ ନକରିବା ଭଲ । ତେବେ ପୌର ଓ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛି ପରିଷଦ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.