ETV Bharat / city

ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁହାଁମୁହିଁ ହେଲେ ଶାନ୍ତି କମିଟି-ପୂଜା କମିଟି

author img

By

Published : Sep 11, 2021, 6:01 PM IST

Updated : Sep 12, 2021, 7:19 AM IST

ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁଁହାମୁହିଁ ହେଲେ ଶାନ୍ତି କମିଟି ପୂଜା କମିଟି
ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁଁହାମୁହିଁ ହେଲେ ଶାନ୍ତି କମିଟି ପୂଜା କମିଟି

ବୈଠକରେ ମୂର୍ତ୍ତି ଉଚ୍ଚତାକୁ ନେଇ ମତାନ୍ତର । ସରକାରଙ୍କ ପକ୍ଷରୁ 4 ଫୁଟ ଉଚ୍ଚତାକୁ ନେଇ ପୁନଃ ଆଲୋଚନା ପାଇଁ ଡକାଯାଇଥିବାବେଳେ ଶାନ୍ତି କମିଟିରେ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ଏନେଇ ଗାଁଠୁ ସହର ଯାଏଁ ସବୁଠି ସବୁଠି ଦେଖିବାକୁ ମିଳୁଛି ଉତ୍ସୁକତା । ତେବେ ମୂର୍ତ୍ତି ଉଚ୍ଚତାକୁ କୋଭିଡ କଟକଣା ଦୃଷ୍ଟିରୁ କେବଳ ପରମ୍ପରା ବଜାୟ ରଖିବାକୁ ପୂର୍ବରୁ 4 ଫୁଟର ମୂର୍ତ୍ତି ପାଇଁ ନିଷ୍ପତ୍ତି ହୋଇଥିଲା ।

ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁହାଁମୁହିଁ ହେଲେ ଶାନ୍ତି କମିଟି-ପୂଜା କମିଟି

ଏନେଇ ଆଜି (ଶନିବାର) ପୂର୍ବାଞ୍ଚଳ ଓ ମହାନଗର ଶାନ୍ତି କମିଟି ସମେତ ବିଭିନ୍ନ ପୂଜା କମିଟିମାନଙ୍କୁ ନେଇ ଏହି ବୈଠକରେ ନିଷ୍ପତ୍ତି ହେବାର ଥିଲା କିନ୍ତୁ, ତାହାର ବିଡମ୍ବନା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଛନ୍ତି ପୂର୍ବାଞ୍ଚଳ ଓ ମହାନଗର ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି । ତେବେ ଏହି ମୂର୍ତ୍ତି ପ୍ରସଙ୍ଗରେ 4 ଫୁଟ ଉଚ୍ଚତାକୁ ସରକାରଙ୍କ ସହ ପୁନଃ ଆଲୋଚନା କରିବା ପାଇଁ ଶାନ୍ତି କମିଟି ପ୍ରତିକ୍ରିୟା ରଖିଥିବାବେଳେ ଏପରି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।

ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁହାଁମୁହିଁ ହେଲେ ଶାନ୍ତି କମିଟି-ପୂଜା କମିଟି

ସେପଟେ ଦଶହରାରେ ପରମ୍ପରା ମୁତାବକ ବଡ଼ ମୂର୍ତ୍ତି ତିଆରି ଅନୁମତି ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କୁ ନିଜର ନିଷ୍ପତ୍ତିର ପୁନବିଚାର ପାଇଁ ନିବେଦନ କଲା କଟକର ଶାନ୍ତି କମିଟି ଓ ପୂଜା କମିଟି। 16 ତାରିଖ ସୁଦ୍ଧା ଏନେଇ ନିଜ ନିଷ୍ପତ୍ତି ଜାଣଇବାକୁ କହିଲା କମିଟି।ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଶନିବାର ସାଧାରଣ ସଭାରେ ସର୍ଵସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଆଶା ସହରବାସୀଙ୍କ ଭାବାବେଗକୁ ସରକାର ବିଚାରକୁ ନେବେ। ଜୀବନ ଜୀବିକା ସହିତ ଭାବାବେଗକୁ ମଧ୍ଯ ସମ୍ମାନ ଦିଆଯିବା ଉଚିତ। ଏବଂ ମୁଖ୍ୟମନ୍ତ୍ରୀ ଲୋକଙ୍କ ଭାବାବେଗ କୁ ବୁଝିବେ ବୋଲି ବୈଠକ ପରେ ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ତେବେ 17 ତାରିଖ ଦିନ ଶାନ୍ତି କମିଟି ଓ ପୂଜା କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହେବ । ଏବଂ ସେହି ବୈଠକରେ କମିଟି ପୂଜା ସମ୍ପର୍କରେ ତାର ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ । କଟକ ଦୁର୍ଗାପୂଜାରେ ମୂର୍ତ୍ତିର ଉଛତା ବୃଦ୍ଧି ଓ ସର୍ବସାଧାରଣଙ୍କ ଦର୍ଶନ ଦାବିକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ କଟକ ପୂଜା କମିଟି ଓ ଶାନ୍ତି କମିଟିର ବୈଠକ ଡାକାଯାଇ ଥିଲା । ତେବେ ଏହି ବୈଠକରେ ହୋ ହାଲ୍ଲା ମଧ୍ୟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।


କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Last Updated :Sep 12, 2021, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.