ETV Bharat / city

କଟକ ପରିବା ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ

author img

By

Published : Apr 6, 2020, 7:03 PM IST

ଦୁଇ ଦିନ ସଟଡାଉନ ପରେ ପରିବା ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବଜାରରେ ଯେପରି ଭିଡ଼ ନ ହୁଏ ତାହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ପରିବା ବଜାରକୁ ସମ୍ପ୍ରସାରଣ କରାଯାଇଛି । ଅଧିକ ପଢନ୍ତୁ...

another-step-towards-crowd-control-in-the-cuttack-market-over-lockdown
କଟକ ପରିବା ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ

କଟକ: ଦୁଇ ଦିନ ସଟଡାଉନ ପରେ ପରିବା ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ନିୟମକୁ ଉଲ୍ଲଙ୍ଘନ କରି ବଜାରରେ ସାମଗ୍ରୀ କିଣିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବଜାରରେ ଯେପରି ଭିଡ଼ ନ ହୁଏ ତାହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ପରିବା ବଜାରକୁ ସମ୍ପ୍ରସାରଣ କରାଯାଇଛି ।

କଟକ ପରିବା ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ

କଟକ ଛତ୍ରବଜାର ପରିବା ବଜାରର ଅଧିକାଂଶ ବ୍ୟବସାୟୀଙ୍କୁ ଯଦିଓ ବାଦାମବାଡ଼ି ଛକରେ ଅନୁମତି ପ୍ରଦାନ କରାଯାଇଥିଲା । ତେବେ ତାହାକୁ ପୁଣି ସମ୍ପ୍ରସାରିତ କରାଯାଇଛି । ସେଥିରୁ ଅନେକ ବ୍ୟବସାୟୀଙ୍କୁ ଖାନନଗର ଅଞ୍ଚଳରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାଲୁବଜାର ପରିବା ମାର୍କେଟକୁ ସମ୍ପ୍ରସାରଣ କରାଯାଇ କିଛି ବ୍ୟବସାୟୀଙ୍କୁ ନୟାସଡ଼କ ଓ ଜିଲ୍ଲା କୋର୍ଟ ଆଗରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କୃଷକବଜାର ପରିବା ମାର୍କେଟରୁ କିଛି ବ୍ୟବସାୟୀଙ୍କୁ ସିଡ଼ିଏ ଅଞ୍ଚଳରରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ପରିବା ମାର୍କେଟରେ ଭିଡ଼ କମିବା ସହ ସାମାଜିକ ଦୂରତା ବଜାୟ ରହିବ ବୋଲି କଟକ ଡିସିପି କହିଛନ୍ତି।

ଟକରୁ ନାରାୟଣ ସାହୁ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.