ETV Bharat / city

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

author img

By

Published : Sep 7, 2022, 7:56 PM IST

ହାଇକୋର୍ଟରେ ଦାଖଲ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Actress Barsha Priyadarshini withdrew petition )। ଏହାପରେ ଏହି ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦାଖଲ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ(Actress Barsha Priyadarshini withdrew petition ) । ଏହାପରେ ଏହି ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଫଳ ସ୍ବରୂପ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କାୟମ ରହିଛି ।

ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା । ସ୍ବାମୀ ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ବର୍ଷା ପ୍ରୟିଦର୍ଶିନୀ ଆବେଦନ କରିଥିଲେ । ତେବେ ତଳ କୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ ହେବାରୁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ବର୍ଷା ।

ଏହା ମଧ୍ୟ ପଢନ୍ତୁ: ବର୍ଷା-ଅନୁଭବ ପାରିବାରିକ ମାମଲା, ୧୫ରେ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି

ପୂର୍ବରୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ମାମଲା ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହେଉଥିଲା । ତେବେ ଏହି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ । ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାର ଅତିଶୀଘ୍ର ଶୁଣାଣି କରିବା ସହିତ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବଙ୍କୁ କଟକ ପରିବାର ଅଦାଲତରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଥିଲେ ଯେ, ସେ ଓ ତାଙ୍କ ପରିବାର ଲୋକେ ଏହି ମାମଲା କାରଣରୁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ଏଥିସହ ତାଙ୍କ ବାପାଙ୍କ ଦେହ ଖରାପ ରହୁଛି । ବର୍ଷା ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ରାଜନୈତିକ ସ୍ତରରେ ମଧ୍ୟ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ମାମଲାର ତୁରନ୍ତ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.