ETV Bharat / city

ଯୁବକଙ୍କୁ ଏସିଡ ମାଡ ଘଟଣା, ମା'ଙ୍କ ସହ ଯୁବତୀ ଗିରଫ

author img

By

Published : Nov 27, 2019, 12:57 PM IST

Updated : Nov 27, 2019, 7:41 PM IST

ପ୍ରେମିକକୁ ଏସିଡ ଫିଙ୍ଗିଲେ ପ୍ରେମିକା
କଟକ ଯୁବକଙ୍କୁ ଏସିଡ ମାଡ ଘଟଣା; ମା'ଙ୍କ ସହ ଯୁବତୀ ଗିରଫ

କଟକ ଜଗତପୁର ବଟ ଛକ ନିକଟରେ ଯୁବକଙ୍କୁ ଯୁବତୀଙ୍କ ଏସିଡ ମାଡ ଘଟଣା । ଅଭିଯୁକ୍ତ ଯୁବତୀ ଓ ତାଙ୍କ ମାଆ ଗିରଫ ।

କଟକ: ପ୍ରେମରେ ବିଫଳ ହୋଇ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ । ପ୍ରେମିକ ଉପରକୁ କଲେ ଏସିଡ ମାଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜଗତପୁର ବଟ ଛକ ନିକଟରେ । ଗତକାଲି(ମଙ୍ଗବାର) ରାତିରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ବୁଧବାର ଏହି ମାମଲାରେ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମା'ଙ୍କୁ ଗିରଫ କରିଥିବା ଜଣାପଡିଛି ।

ପ୍ରେମିକାଙ୍କ ଏସିଡ ମାଡ, ଜଳିଗଲା ପ୍ରେମିକ ମୁହଁ

ଏସିଡ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତି ଜଗତପୁର ଅଞ୍ଚଳର ଅଲେଖ ବାରିକ ବୋଲି ଜଣାପଡିଛି । ତାଙ୍କ ମୁହଁ ପୋଡି ଯାଇଥିବା ବେଳେ ତାଙ୍କୁ ଏସିବିରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ସେ ତାଙ୍କର ଜଗତପୁର ବଟ ଛକରେ ଥିବା ସେଲୁନ ବନ୍ଦ କରି ଫେରିବା ସମୟରେ ଯୁବତୀ ଜଣଙ୍କ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ତେବେ ଯୁବକଙ୍କ କହିବାନୁଯାୟୀ, ସେମାନେ ଉଭୟ ଉଭୟଙ୍କୁ ଦେଢ ବର୍ଷ ହେଲା ଜାଣିଥିଲେ । ହେଲେ ଯୁବକଙ୍କ ବିବାହ ଅନ୍ୟତ୍ର ଠିକ ହୋଇଯାଇଥିଲା । ଏହାପରେ ଯୁବତୀ ଜଣଙ୍କ ତାଙ୍କୁ ବାରମ୍ବାର ଫୋନ କରି ଦେଖା କରିବାକୁ ଡାକୁଥିଲେ । କିନ୍ତୁ ହଠାତ ମଙ୍ଗଳବାର ସେ ତାଙ୍କ ଦୋକାନ ବନ୍ଦ କରି ଫେରିବା ବେଳକୁ ତାଙ୍କ ଉପରକୁ ଏସିଡ ମାଡ କରିଥିଲେ ସମ୍ପୃକ୍ତ ଯୁବତୀ । ଏହି ଘଟଣାରେ ପୋଲିସ ଉକ୍ତ ଯୁବତୀ ସରସ୍ବତୀ ନାୟକ(ପାଏଲ) ଓ ତାଙ୍କ ମାଆ ଚନ୍ଦ୍ରମା ନାୟକକୁ ଗିରଫ କରିଥିବା ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ଏସିଡ ମାଡ଼ । ଜଗତପୁର ଅଞ୍ଚଳ ର ଅଲେଖ ବାରିକ ନାମକ ବ୍ୟକ୍ତି ଙ୍କ ଉପରକୁ ମାଡ଼ ହେଲା ଏସିଡ ।

ଗତକାଲି ରାତ୍ରି ରର ବଟ ଛକ ରେ ଥିବା ସେଲୁନ ବନ୍ଦ କରି ଫେରିବା ସମୟରେ ଅଲେଖ ଙ୍କ ଉପରକୁ ହୋଇଥିଲା ଏସିଡ ମାଡ଼ । ତେବେ ତାଙ୍କ ଘର ପାଖର ଜଣେ ଯୁବତୀ ତାଙ୍କୁ ଏସିଡ ମାଡ଼ କରିଥିବା ଏକପ୍ରକର ସ୍ପଷ୍ଟ ହୋଇଛି । ତେବେ ତଦନ୍ତ ଚାଲିଛି ଖୁବ ଶୀଘ୍ର ନିଷ୍କର୍ମ ଆସିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ

Body:No needConclusion:
Last Updated :Nov 27, 2019, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.