ETV Bharat / city

ନୂଆପାଟଣାରେ ମହିଳାଙ୍କୁ ଏସିଡ୍‌ ମାଡ଼, ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି

author img

By

Published : Jul 13, 2022, 11:45 AM IST

Updated : Jul 13, 2022, 12:20 PM IST

acid attack on women in tigiria
ମହିଳାଙ୍କୁ ଏସିଡ ମାଡ଼ କରି ଦୁର୍ବୃତ୍ତ ଫେରାର, ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି

ମହିଳାଙ୍କୁ ଏସିଡ୍‌ ମାଡ଼ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ଏସିଡ୍‌ ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

କଟକ: ମହିଳାଙ୍କୁ ଏସିଡ୍‌ ମାଡ଼ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ଏସିଡ୍‌ ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନୂଆପାଟଣାରେ ମହିଳାଙ୍କୁ ଏସିଡ୍‌ ମାଡ଼

ସୂଚନା ଅନୁଯାୟୀ, ଆଜି ଭୋର 4ଟାରେ ଗ୍ରାମର ଜଣେ ମହିଳା ଘରୁ ବାହାରକୁ ଆସିବା ବେଳେ ହଠାତ କେହି ଦୁର୍ବୃତ୍ତ ଏସିଡ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ମହିଳାଙ୍କ ଶରୀରର 50 ଭାଗ ପୋଡ଼ିଯାଇଥିବା ଜଣାପଡ଼ିଛି । ପ୍ରଥମେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କାହିଁକି ଏବଂ କେଉଁ କାରଣରୁ ଏସିଡ ମାଡ଼ ହୋଇଛି କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, କଟକ

Last Updated :Jul 13, 2022, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.