ETV Bharat / city

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ

author img

By

Published : Jul 18, 2021, 10:51 AM IST

Updated : Jul 18, 2021, 12:08 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରବିବାର ସକଳେ 5T ସଚିବ ଭିକେ ପାଣ୍ଡିଆନ୍ କଟକ ସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଅଧିକ ପଢନ୍ତୁ...

5ଟି ସଚିବଙ୍କ କଟକ ପାହାନ୍ତି ବିଜେ
5ଟି ସଚିବଙ୍କ କଟକ ପାହାନ୍ତି ବିଜେ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରବିବାର ସକଳେ 5T ସଚିବ ଭିକେ ପାଣ୍ଡିଆନ୍ କଟକ ସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜି ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତିର ସମୀକ୍ଷା କରିଛନ୍ତି । 1.55 କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ

ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର କାମର ମଧ୍ୟ ଅଗ୍ରଗତି ସମ୍ପର୍କରେ ବୁଝିଥିଲେ 5T ସଚିବ । ସେହିପରି ଖାନ ନଗରରେ 17.91 ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ପ୍ରକଳ୍ପର ଅଗ୍ରଗତି ବିଷୟରେ 5T ସଚିବ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ । ପ୍ରୋଜେକ୍ଟ ସାଇଟରୁ ଲାଇବ୍ରେରୀ ସ୍ଥାନାନ୍ତର ବିଷୟରେ ଲୋକଙ୍କ ସହ ଆଲୋଚନା କରିବାକୁ ଏବଂ 10 ଦିନ ମଧ୍ୟରେ ଏକ ଉପଯୁକ୍ତ ନୂତନ ସାଇଟରେ ସ୍ଥାନାନ୍ତର ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ

ଅଗଷ୍ଟ 2022 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି । ଏହାବାଦ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ ଓ ଏହାର ରୂପରେଖ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ 5T ସଚିବ । କଟକ ସହରର ଉନ୍ନତି ସହ ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ।

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ
ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ 5T ସଚିବ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 18, 2021, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.