ETV Bharat / city

କଟକ ସଦରରେ ଏସିଡ ମାଡ ଘଟଣା, 2 ଗିରଫ

author img

By

Published : Sep 30, 2020, 6:00 PM IST

କଟକ ସଦରରେ ଏସିଡ ଫିଙ୍ଗା ଘଟଣା, 2 ଗିରଫ
କଟକ ସଦରରେ ଏସିଡ ଫିଙ୍ଗା ଘଟଣା, 2 ଗିରଫ

କଟକ ସଦର ଅଞ୍ଚଳରେ ଜଣେ ମହିଳାଙ୍କ ଉପରକୁ ଏସିଡ ଫିଙ୍ଗିବା ଘଟଣା ଓ ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

କଟକ: ସଦର ଥାନା ଅଧୀନରେ ପ୍ରତ୍ୟକ ଦିନ ଆସୁଛି ଅନେକ ମାମଲା । ଗତ କିଛି ଦିନ ତଳେ ସୌମେନ୍ଦ୍ର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ ପରେ ଆଜି (ବୁଧବାର) ଏକ ସଙ୍ଗୀନ ମାମଲାରେ ପୁର୍ଣ୍ଣଚ୍ଛେଦ ପକାଇଛି ପୋଲିସ । ଏହି ମାମଲାରେ 2 ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

ସୂଚନା ଅନୁସାରେ, ବୟାଳିଶମୌଜା ଶ୍ରୀରାମ ଗାଁର ଶିବ ମହାରଣାଙ୍କ ଘର । ଗତ 23 ତାରିଖ ରାତିରେ ଉକ୍ତ ଅଞ୍ଚଳର ବିଶାଲ ଆଚାର୍ଯ୍ୟ ନାମକ ଏକ ବ୍ୟକ୍ତିଙ୍କ ସହ 7 ରୁ 8 ଜଣ ଯୁବକ ପଶି ଏକ ଲୁହା ରଡରେ ଶିବ ମହାରଣା ଆଉ ତାଙ୍କ ସ୍ତ୍ରୀ ପଦ୍ମାଳୟାଙ୍କୁ ମାଡ ମାରିଥିଲେ। ବିଭିନ୍ନ ଗାଳିଗୁଳୁଜ ଦେବା ସହିତ ପଦ୍ମାଳୟାଙ୍କ ଉପରକୁ ଏସିଡ ମଧ୍ୟ ଫିଙ୍ଗି ଦେଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ପଦ୍ମାଳୟଙ୍କ ସ୍ବାମୀ ଶିବ ।

କଟକ ସଦରରେ ଏସିଡ ଫିଙ୍ଗା ଘଟଣା, 2 ଗିରଫ
କଟକ ସଦରରେ ଏସିଡ ଫିଙ୍ଗା ଘଟଣା, 2 ଗିରଫ

ସେହି ଅଭିଯୋଗ ଆଧାରରେ ବୁଧବାର ମୁଖ୍ୟ ଅଭିଯୁକ୍ତ ବିଶାଲ ଆଚାର୍ଯ୍ୟ ଓ ସୁକାନ୍ତି ଆଚାର୍ଯ୍ୟଙ୍କୁ ଗୁରଫ କରିଛି ପୋଲିସ । ଏହି ଘଟଣାରେ ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.