ETV Bharat / city

ଯୁବ ଇଞ୍ଜିନିୟରଙ୍କ ପ୍ରୟାସ, ମହିଳାଙ୍କୁ ଖୁସି ଦେବ ‘ପ୍ରୋଜେକ୍ଟ ପ୍ରୀତି’

author img

By

Published : Apr 1, 2021, 6:39 PM IST

Updated : Apr 1, 2021, 9:35 PM IST

ଯୁବ ଇଞ୍ଜିନିୟରଙ୍କ ପ୍ରୋଜେକ୍ଟ ପ୍ରୀତି କିଟ, ଋତୁସ୍ରାବ ସମୟରେ ମହିଳାଙ୍କୁ ଯୋଗାଇବ ସୁବିଧା
ଯୁବ ଇଞ୍ଜିନିୟରଙ୍କ ପ୍ରୋଜେକ୍ଟ ପ୍ରୀତି କିଟ, ଋତୁସ୍ରାବ ସମୟରେ ମହିଳାଙ୍କୁ ଯୋଗାଇବ ସୁବିଧା

ମହିଳାମାନେ ଆଉ ଘର ମଧ୍ୟରେ ଆବଦ୍ଧ ନ ରହି ନିଜେ ସ୍ବାବଲମ୍ବୀ ହେବା ସହିତ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ବାହରକୁ ବାହାରିଛନ୍ତି । ମାତ୍ର ମହିଳାମାନେ ମାସିକ ଋତୁସ୍ରାବ ସମୟରେ ବାହାରକୁ ବାହାରିବା ପାଇଁ ସଙ୍କୋଚ ପ୍ରକାଶ କରିଥାନ୍ତି । ତେବେ ମହିଳାଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଯୁବ ଇଞ୍ଜିନିୟର ହୃଦାନନ୍ଦ ଆଣିଛନ୍ତି ଏକ ହାପିନେସ କିଟ ଯାହାର ନାମ ହେଉଛି ପ୍ରୋଜେକ୍ଟ ପ୍ରୀତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହିଳାଙ୍କ ଋତୁସ୍ରାବ ଏକ ସମସ୍ୟା ନୁହେଁ, ମାତ୍ର ଏହା ଉତ୍ତମ ସ୍ବାସ୍ଥ୍ୟ ଓ ପରିଚ୍ଛନତା ପାଇଁ ହେଉଥିବା ଏକ ପ୍ରାକୃତିକ ପ୍ରକ୍ରିୟା । ମାତ୍ର ମହିଳାମାନେ ଏ ସମ୍ପର୍କରେ କହିବା ପାଇଁ ସଙ୍କୋଚ ମନେ କରିଥାନ୍ତି । ଏହି ସମୟରେ ଘର ବାହାରେ ମହିଳାମାନେ ଅସହଜ ମନେ କରୁଥିବା ବେଳେ ଅଧିକାଂଶ ଘରୁ ବାହାରିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି । ମାତ୍ର ମହିଳାଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟି ଆଣିଛନ୍ତି ଏକ ହାପିନେସ କିଟ । ଯାହାକୁ ସେ ନାମ ଦେଇଛନ୍ତି ପ୍ରୋଜେକ୍ଟ ପ୍ରୀତି- ଏ ହାପି ରୁମ ଫର ଓମେନ । ତେବେ ଏହି ପ୍ରୋଜେକ୍ଟଟି ବାହାର ସ୍ଥାନରେ ଥିବା ଶୌଚାଳୟରେ ଉପଲବ୍ଧ ହୋଇପାରିଲେ ମହିଳାମାନେ ବହୁତ ଲାଭବାନ ହୋଇପାରିବେ ।

ଯୁବ ଇଞ୍ଜିନିୟରଙ୍କ ପ୍ରୋଜେକ୍ଟ ପ୍ରୀତି କିଟ, ଋତୁସ୍ରାବ ସମୟରେ ମହିଳାଙ୍କୁ ଯୋଗାଇବ ସୁବିଧା

ଋତୁସ୍ରାବ ସମୟରେ ସ୍କୁଲ କଲେଜଠାରୁ ଆରମ୍ଭ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିଥିବା ଶୌଚାଳୟରେ ସୁବିଧା ନଥିବାରୁ ମହିଳାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ଏହି କଠିନ ଯନ୍ତ୍ରଣା ସମୟରେ ସର୍ବସାଧାରଣ ସ୍ଥାନରେ ପରିଚ୍ଛନ୍ନତା ବା ମହିଳା ଶୌଚାଳୟର ସୁବିଧା ନଥିବା ବେଳେ ଅନେକ ସଂକୋଚ ଅନୁଭବ କରିଥାନ୍ତି । ମହିଳାଙ୍କ ଦୁଃଖ ସେତେବେଳେ ଦୁଇଗୁଣ ହୋଇଯାଏ ଯେତେବେଳେ ପାଖରେ ସାନିଟାରୀ ପ୍ୟାଡ଼ ନଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ହୃଦାନନ୍ଦ ପ୍ରୋଜେକ୍ଟ ପ୍ରୀତି କିଟକୁ ତିଆରି କରିଛନ୍ତି । ଏହି କିଟରେ ସାନିଟାରି ପ୍ୟାଡ଼, କଟନ, ଟିସୁ, ସାବୁନ, ସାନିଟାଇଜର ଓ ମହିଳାଙ୍କ ଆରାମ ପାଇଁ ରହିଛି ବେଞ୍ଚ ଚେୟାର । ଏହି ପ୍ରକଳ୍ପଟି ଭାରତର ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ସବୁ ଶୌଚାଳୟରେ ଲାଗିପାରିଲେ ମହିଳାଙ୍କୁ ଆଉ ଋତୁସ୍ରାବ ସମୟରେ ଅନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ହୃଦାନନ୍ଦ କହିଛନ୍ତି ।

ଅନ୍ୟପଟେ ଏହି ପ୍ରକଳ୍ପକୁ ନେଇ ହୃଦାନନ୍ଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକତ୍ତା ପ୍ରୀତି ସୁଦନ ଓ ଅନ୍ୟ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି । ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରକଳ୍ପର ଉପକାରିତା ଉପରେ ଚିଠି ଲେଖିଛନ୍ତି । ଆଉ ମହିଳାଙ୍କ ସୁବିଧାକୁ ନଜରରେ ରଖି ଏହାର କାର୍ଯ୍ୟକାରିତାକୁ ଅନୁମୋଦନ ପାଇଁ ଆବେଦନ କରିଛନ୍ତି । ଏହାସହିତ ହୃଦାନନ୍ଦ ମହିଳାଙ୍କ ଏ ଦିଗରେ ସଚେତନ ଓ ଶିକ୍ଷିତ କରିବା ପାଇଁ ଅଭ୍ଯୁଥାନ ମିଶନ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ପାଖାପାଖି ୧୦୦ ଜଣ ଝିଅ ସାମିଲ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହିଳାଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ଓ ପାରଚ୍ଛନତା ଉପରେ ସଚେତନ କରୁଛନ୍ତି । ତେବେ ହୃଦାନନ୍ଦଙ୍କ ଏହି ପ୍ରୋଜେକ୍ଟଟି ଶୀଘ୍ର କାର୍ଯ୍ୟକାରୀ ହୋଇପାରିଲେ ମହିଳାଙ୍କ ହିତରେ ଏହି ପ୍ରୋଜେକ୍ଟଟି ଲାଗୁ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Apr 1, 2021, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.