ETV Bharat / city

ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

author img

By

Published : Aug 19, 2022, 9:34 AM IST

woman's half-burnt body was recovered from the house
ଘର ଭିତରୁ ମିଳିଛି ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମହିଳା ଜଣଙ୍କ ହେଉଛନ୍ତି ୫୨ ବର୍ଷୀୟ ମିନୁଶ୍ରୀ ପ୍ରହରାଜ। ରାତିରେ ସମସ୍ତେ ହୋଇଥିବା ବେଳେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳ ପ୍ଲଟ ନମ୍ବର ୨୪ରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ୫୨ ବର୍ଷୀୟ ମିନୁଶ୍ରୀ ପ୍ରହରାଜ ବୋଲି ଜଣାପଡିଛି ।

ଘର ଭିତରୁ ମିଳିଛି ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ, ରାତିରେ ସମସ୍ତେ ହୋଇଥିବା ବେଳେ ଦେହରେ କିରୋସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ତେବେ ଦିନ ପାଖାପାଖି ୧୧ଟା ବେଳେ ଘର ବନ୍ଦ ଥିବା ଦେଖି ପରିବାର ଲୋକେ ପୋଲିସ ଫୋନ କରିଥିଲେ । ଗତ କିଛି ବର୍ଷ ହେବ ମୃତ ମହିଳା ମାନସିକ ରୋଗୀର ଚିକିତ୍ସା ହୋଇ ଔଷଧ ଖାଉଥିବା କହିଛନ୍ତି ପରିବାର । ତେଣୁ ତାଙ୍କର ମାନସିକ ଚିନ୍ତା ବଢି ଯାଇଥିବା ହେତୁ ସେ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି ପରିବାର ଲୋକେ । ଏଥିସହ ଶେଷ ଥର ପାଇଁ ସ୍ତ୍ରୀଙ୍କୁ ଗତକାଲି ରାତି ୯ଟା ୩୦ରେ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ ଦେଖିଥିବା ନେଇ କହିଛନ୍ତି । ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.