ETV Bharat / city

ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

author img

By

Published : Jul 29, 2021, 8:14 PM IST

ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ତଦନ୍ତ କରୁଛି ରେଳବାଇ ପୋଲିସ । ଅଧିକ ପଢନ୍ତୁ...

ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ଏପରି ଅଭାବନୀୟ ଘଟଣା ଘଟିଛି ରାଜଧାନୀ କାର୍ଗିଲ ବସ୍ତି ନିକଟ ରେଳ ଲାଇନରେ । ମୃତ ମହିଳାଙ୍କ ନାଁ ସ୍ମୃତିରେଖା ନନ୍ଦ ଓ ସେ ପାତ୍ରପଡା ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ GRP ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମହିଳାଙ୍କ ସ୍ଵାମୀକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ସ୍ବାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ମିଳିଥିବା ସୂଚନା ଅନୁସାରେ ଏକ କାରରେ ଦମ୍ପତ୍ତି ଘରକୁ ଫେରୁଥିବାବେଳେ ହଠାତ ମହିଳାଜଣଙ୍କ ଗାଡି ଡୋର ଖୋଲି ରେଳ ଲାଇନକୁ ଦୌଡିବା ଆରମ୍ଭ କରିଥିଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରେନରେ ପିଟି ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳାଜଣଙ୍କର ଏକ ଛୋଟ ଝିଅ ଥିବାବେଳେ ସେ ମାନସିକ ବିକାରଗସ୍ତ ଥିବା ତାଙ୍କ ମା ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ GRP ପୋଲିସ ଉଭୟ ଦମ୍ପତ୍ତି ଆସୁଥିବା କାରକୁ ଜବତ କରିବା ସହ ସ୍ବାମୀ ସୁବାସୀଷ ରଥଙ୍କୁ ମଧ୍ୟ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.