ETV Bharat / city

Bhubaneswar Club President Election: ଭୋଟିଂ ଶେଷ, କାଲି ଆସିବ ଫଳାଫଳ

author img

By

Published : Sep 24, 2022, 10:43 PM IST

Bhubaneswar Club President Election, ଭୋଟିଂ ଶେଷ, କାଲି ଆସିବ ଫଳାଫଳ
Bhubaneswar Club President Election, ଭୋଟିଂ ଶେଷ, କାଲି ଆସିବ ଫଳାଫଳ

ଭୁବନେଶ୍ୱର କ୍ଳବ ସଭାପତି (Bhubaneswar Club President Election ) ପଦ ଦଖଲ ଲାଗି ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ଅବସରପ୍ରାପ୍ତ ଟପ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ସଭାପତି ରେସରେ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର ବିତ୍ତଶାଳୀଙ୍କ ଭୁବନେଶ୍ବର କ୍ଲବକୁ ମିଳିବ ନୂଆ ସଭାପତି । ଆଜି ଭୋଟିଂ ପୂର୍ବାହ୍ନ 11 ଟାରୁ ଆରମ୍ଭ ହୋଇଛି ସନ୍ଧ୍ୟା 6 ଟାରେ ଶେଷ ହୋଇଛି । ଆସନ୍ତାକାଲି ଅପରାହ୍ନରେ ଭୋଟ ଗଣତି କରାଯାଇ ସନ୍ଧ୍ୟାରେ ଫଳାଫଳ ପ୍ରକାଶ କରାଯିବ ।

Bhubaneswar Club President Election, ଭୋଟିଂ ଶେଷ, କାଲି ଆସିବ ଫଳାଫଳ

ଭୁବନେଶ୍ୱର କ୍ଳବ ସଭାପତି (Bhubaneswar Club President Election ) ପଦ ଦଖଲ ଲାଗି ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ଅବସରପ୍ରାପ୍ତ ଟପ୍ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ସଭାପତି ରେସରେ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ । ଅସିତଙ୍କ ଟିମରେ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି । ସତ୍ୟପ୍ରକାଶ ଟିମରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ତାପେସ ରାୟ, ସମ୍ପାଦକ ପ୍ରାର୍ଥୀ ହୋଇଛନ୍ତି ମାନସ ରଞ୍ଜନ ଦାସ । ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢ଼ୁଛନ୍ତି ଜ୍ୟୋତିର୍ମୟ ମହାନ୍ତି ।

ଗତ ନିର୍ବାଚନରେ ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ 278 ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମ ହୋଇଥିଲେ ଅସିତ ତ୍ରିପାଠୀ । ଚଳିତ ଥର ସମାନ ପ୍ରଦର୍ଶନ କରି ସଭାପତି ପଦ ଦଖଲ କରିବାକୁ ଆଶା ବାନ୍ଧିଛନ୍ତି ଅସିତ । ବିଜୟ ହେଲେ କ୍ଳବରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଅସିତ କହିଛନ୍ତି । 1949 ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ । 1950 ରେ କ୍ଳବର ପ୍ରଥମ ସଭାପତି ହୋଇଥିଲେ ତତ୍କାଳୀନ ଖଲିକୋଟର ରାଜା । ସେହିଦିନଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହିଆସିଥିଲେ ।

କିନ୍ତୁ 1964ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ ଦଖଲରେ ନେଇଥିଲେ ଆଇଏଏସ ଅଫିସର । ସେବେଠାରୁ ଏହି କ୍ଳବ ଆଇଏଏସଙ୍କ କବଜାରେ ରହିଛି । ଏହା ଆଇଏଏସ କ୍ଳବ ବା ଅଫିସର୍ସ କ୍ଲବ ଭାବେ ପରିଚିତ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ଏହାର ନାଁ ଭୁବନେଶ୍ବର କ୍ଲବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.