ETV Bharat / city

ପ୍ଲାଷ୍ଟିକ ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ, ଡଷ୍ଟବିନ୍ ଯୋଗାଇଦେଲା BMC

author img

By

Published : Jan 30, 2021, 11:38 AM IST

ପ୍ଲାଷ୍ଟିକ ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ, ଡଷ୍ଟବିନ୍ ଯୋଗାଇଦେଲା BMC
ପ୍ଲାଷ୍ଟିକ ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ, ଡଷ୍ଟବିନ୍ ଯୋଗାଇଦେଲା BMC

କ୍ଲିନ ଓ ଗ୍ରୀନ କ୍ୟାମ୍ପସ ଲକ୍ଷ ନେଇ ଉତ୍କଳ ବିଶ୍ବ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ଓ BMCର ମିଳିତ ଉଦ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: କ୍ଲିନ ଓ ଗ୍ରୀନ କ୍ୟାମ୍ପସ ଲକ୍ଷ୍ୟ ନେଇ ଉତ୍କଳ ବିଶ୍ବ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ଓ BMCର ମିଳିତ ଉଦ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି । ପୁରାତନ ଛାତ୍ର ସଂଘ ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ବିଶ୍ଵ ବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ, ବିଏମସି ଡେପୁଟି କମିଶନର ସୁଧାଂଶୁ ସାହୁ, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

ପ୍ଲାଷ୍ଟିକ ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ, ଡଷ୍ଟବିନ୍ ଯୋଗାଇଦେଲା BMC

ଏହି ଅବସରରେ କ୍ୟାମ୍ପସ ପରିସରରେ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ରାଲି କରିବା ସହ କ୍ୟାମ୍ପସ ସଫେଇ କରିଥିଲେ । ବିଏମସି ପକ୍ଷରୁ କ୍ୟାମ୍ପସକୁ ଡ଼ଷ୍ଟବିନ ପ୍ରଦାନ କରାଯିବା ସହ କ୍ୟାମ୍ପସକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.