ETV Bharat / city

ସ୍ଵଚ୍ଛ ଓ ସବୁଜ ଶକ୍ତି ଆପଣାଇବା ଦିଗରେ ଆମେରିକା-ଭାରତ ହେବେ ସହଯୋଗୀ

author img

By

Published : Apr 8, 2021, 7:56 AM IST

US Special Presidential Envoy for Climate, John Kerry meets Union Petroleum & Natural Gas Minister, Dharmendra Pradhan in Delhi.
ସ୍ଵଚ୍ଛ ଓ ସବୁଜ ଶକ୍ତି ଆପଣାଇବା ଦିଗରେ ଆମେରିକା-ଭାରତ ହେବେ ସହଯୋଗୀ

ସ୍ଵଚ୍ଛ ଓ ସବୁଜ ଶକ୍ତି ଆପଣାଇବା ଦିଗରେ ଆମେରିକା-ଭାରତ ହେବେ ସହଯୋଗୀ । ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀ କଲେ ଆଲୋଚନା । ଅଧିକ ପଢନ୍ତୁ...

ଭୁବନେଶ୍ୱର: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଜନ କେରି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ ଅଙ୍ଗାରକାମ୍ଳ ଯୁକ୍ତ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବା ଉପରେ ଉଭୟ ଦେଶ ସହଯୋଗୀ ହେବା ନେଇ ମତପ୍ରକାଶ ପାଇଛି । ଭାରତ ଦ୍ଵାରା ପରିବେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳବାୟୁ ପରିବର୍ତ୍ତନ ପ୍ରତି ଥିବା ଭାବାତ୍ମକ ପ୍ରତିବଦ୍ଧତାକୁ ଜନ କେରୀ ପ୍ରଶଂସା କରିଛନ୍ତି ।

US Special Presidential Envoy for Climate, John Kerry meets Union Petroleum & Natural Gas Minister, Dharmendra Pradhan in Delhi.
ସ୍ଵଚ୍ଛ ଓ ସବୁଜ ଶକ୍ତି ଆପଣାଇବା ଦିଗରେ ଆମେରିକା-ଭାରତ ହେବେ ସହଯୋଗୀ

ଏହା ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୨୯ରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟରେ ପ୍ରଥମ ଭିସି ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ସ୍ୱଚ୍ଛ ଏବଂ ସବୁଜ ଉର୍ଜା ଆପଣାଇବା ଦିଗରେ ମଧ୍ୟ ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଛି ।

ଭୁବନେଶ୍ବରରୁ ଭବନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.