ETV Bharat / city

BSNL ପୁନଃରୁଦ୍ଧାର ପାଇଁ ସରକାର ପ୍ରତିଶୃତିବଦ୍ଧ

author img

By

Published : Mar 18, 2020, 1:30 PM IST

Union Minister RS Prasad
Union Minister RS Prasad

ବିଏସଏନଏଲ ପୁନଃରୁଦ୍ଧାର ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାସହ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଆଣିବେ । ଲୋକସଭାରେ ସୂଚନା ଦେଲେ ଟେଲିକମ ମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନୂଆଦିଲ୍ଲୀ: ବୁଧବାର ଲୋକସଭା ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ସଭ୍ୟ ଭାରତ ସଞ୍ଚାର ନିଗମ ମିଲିଟେଡ ( ବିଏସଏନଏଲ)ର ଦୟନୀୟ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଜବାବ ଲୋଡିଛନ୍ତି । ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଆମେ ଦୃଢ ଭାବେ ବିଶ୍ବାସ କରୁଛୁ ବିଏସଏନଲ ପରି ଏକ ସାର୍ବଜନୀନ ସଂସ୍ଥା ଅସ୍ତିତ୍ବ ଉଭୟ ଜନସେବା ତଥା ସମଗ୍ର ଯୋଗାଯୋଗ ବ୍ୟବସ୍ଥା ପାଇଁ ଗୁରୁତ୍ବପୂର୍ଣ୍ଣ | ଅତୀତରେ ବିଏସଏନଏଲ ଆର୍ଥିକ କ୍ଷତିର ସମ୍ମୁଖିନ ହୋଇ ଦୟନୀୟ ସ୍ଥିତିକୁ ଚାଲିଯାଇଥିଲା । 2014-15, 2015-16 ରେ ଏହାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା ।

ବିଏସଏନଏଲ ପୁନଃରୁଦ୍ଧାର ପାଇଁ ସରକାର ପ୍ରତିଶୃତିବଦ୍ଧ

ବର୍ତ୍ତମାନ ଏହି ସରକାରୀ ସଂସ୍ଥାର ପୁନଃରୁଦ୍ଧାର ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏଥିସହ ସର୍ବଭାରତୀୟ ସ୍ତରରେ ପାଖାପାଖା 1ଲକ୍ଷ କର୍ମଚାରୀ ସ୍ବେଛାକୃତ ଅବସର ନିବେଦନ କରିଛନ୍ତି । ସମସ୍ତ କର୍ମଚାରୀଙ୍କ ସହ ସରକାର ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରୁଛନ୍ତି । କର୍ମଚାରୀଙ୍କୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଯୋଗାଇ ଦେବାକୁ ସରକାର ବିଚାର କରୁଛନ୍ତି । ଏତତ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଂସ୍ଥାର ଅନେକ କ୍ଷୟକ୍ଷତି ହେଉଛି । ଯେଉଁଥିପାଇଁ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ ଘରୋଇ ଟେଲିକମ କମ୍ପାନୀ ସହ ବୁଝାମଣା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାବାଦ ଖୁବଶୀଘ୍ର ବିଏସଏନଏଲ 4ଜି ସେବା ଯୋଗାଇବ । ଏଥିପାଇଁ ବିଧିବଦ୍ଧ ଭାବେ କ୍ୟାବିନେଟରେ ପ୍ରସ୍ତାବ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୌଜନ୍ୟ- ଲୋକସଭା ଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.