ETV Bharat / city

Mahanadi Dispute: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ବଡ ବୟାନ, ପ୍ରକଳ୍ପ ନିର୍ମାଣ ଲାଗି ମିଳିନି ମଞ୍ଜୁରି

author img

By

Published : Aug 2, 2022, 10:37 AM IST

Updated : Aug 2, 2022, 1:02 PM IST

Mahanadi Dispute: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ବଡ ବୟାନ, ପ୍ରକଳ୍ପ ନିର୍ମାଣ ଲାଗି ମିଳିନି ମଞ୍ଜୁରି
Mahanadi Dispute: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ବଡ ବୟାନ, ପ୍ରକଳ୍ପ ନିର୍ମାଣ ଲାଗି ମିଳିନି ମଞ୍ଜୁରି

ତୁଟୁନି ମହାନଦୀ ଜଳ ବିବାଦ । ଏହି ବିବାଦକୁ ନେଇ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ(Union Minister of state Jal Shakti Bishweswar Tudu) ଛତିଶଗଡ଼ ଓ ଓଡ଼ିଶାର ଜଳ ବିବାଦ ନେଇ ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ମହାନଦୀ ପ୍ରସଙ୍ଗରେ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକଳ୍ପ ମଞ୍ଜୁରି ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଛି ।"

ମହାନଦୀ ଶଯ୍ୟାରେ ଯେକୌଣସି ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲର କ୍ଷମତା ରହିଛି । ମହାନଦୀ ଶଯ୍ୟାର ତଳମୁଣ୍ଡରେ ଥିବା ଓଡ଼ିଶାର ଦାବି ପୂରଣ, ମହାନଦୀ ଶଯ୍ୟାରେ ରହିଥିବା ସବୁ ରାଜ୍ୟର ପ୍ରକଳ୍ପ ଯୋଜନା ପ୍ରସ୍ତୁତି ଆଦି ପ୍ରସଙ୍ଗ ଟ୍ରିବ୍ୟୁନାଲର ଅନୁମତିକ୍ରମେ କାର୍ଯ୍ୟକାରୀ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ମହାନଦୀ ଶଯ୍ୟାରେ ଯେକୌଣସି ପ୍ରକଳ୍ପର ବୈଷୟିକ-ଆର୍ଥିକ ମଞ୍ଜୁରି ପାଇଁ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣିବା ଜରୁରୀ । ତେବେ ସେହି ସବୁ ପ୍ରକଳ୍ପ ପାଇଁ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରାଯାଇପାରିବ । ଯେଉଁଥିରେ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣି ନଦୀ ଶଯ୍ୟାରେ ଥିବା ରାଜ୍ୟମାନେ ଏକ ରାଜିନାମା ଅଧୀନରେ ଅନୁବନ୍ଧିତ ହୋଇଥିବେ ।"

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ଶଯ୍ୟାରେ ଥିବା ରାଜ୍ୟମାନଙ୍କ ନିକଟରୁ ଏପରି କୌଣସି ଆବେଦନ କେନ୍ଦ୍ର ଜଳ ଆୟୋଗଙ୍କୁ ମିଳିନାହିଁ । ଯେଉଁଥିରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲଙ୍କ ପ୍ରାରମ୍ଭିକ ସହମତି ରହିଥିବ । ତେଣୁ ମହାନଦୀ ପ୍ରସଙ୍ଗରେ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକଳ୍ପ ମଞ୍ଜୁରି ପ୍ରଦାନ କରାଯାଇନାହିଁ । ମହାନଦୀ ଜଳ ବିବାଦ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ଟ୍ରିବ୍ୟୁନାଲଙ୍କ ନିକଟରେ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 2, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.