ETV Bharat / city

ଆୟୁଷ୍ମାନ ନା BSKY ? ଧର୍ମେନ୍ଦ୍ର-ପ୍ରଣବ ଟ୍ବିଟ୍ ୱାର

author img

By

Published : Aug 20, 2021, 3:04 PM IST

କିଏ ବଡ? ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର
କିଏ ବଡ? ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର

ରାଜ୍ୟ ସରକାରଙ୍କ ଯୋଜନା ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ । ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ଆୟୁଷ୍ମାନ ଭାରତ । ତେବେ କେଉଁ ଯୋଜନାଟି ଓଡିଶାବାସୀଙ୍କ ଲାଗି ଲାଭଦାୟକ ଓ ଜୁରୁରୀ ? ଦୁଇ ଦଳର ରାଜ୍ଯସ୍ତରୀୟ ତୁଙ୍ଗ ନେତାଙ୍କ ଟ୍ବିଟ୍ ଓ୍ବାର ଏବେ ଚର୍ଚ୍ଚାକୁ ପାଦେ ଆଗେଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଜେଡି ଶାସିତ ଓଡିଶା ସରକାରଙ୍କ ଯୋଜନା ହେଉଛି Biju Swasthya Kalyan Yojana (BSKY) । ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ‘ଆୟୁଷ୍ମାନ ଭାରତ’ । ତେବେ କେଉଁ ଯୋଜନାଟି ଓଡିଶାବାସୀଙ୍କ ଲାଗି ଲାଭଦାୟକ ଓ ଜୁରୁରୀ ? ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନା ଆୟୁଷ୍ମାନ ଭାରତ ? ଏହାକୁ ନେଇ ପୂର୍ବରୁ ଅନେକ ଥର ବିଜେପି ଓ ବିଜେଡି ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ନିଜ ନିଜ ସରକାରଙ୍କ ଯୋଜନାକୁ ଠିକ ଓ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ଯୁକ୍ତି ବାଢିଛନ୍ତି । କିନ୍ତୁ ବର୍ତ୍ତମାନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଜି (ଶୁକ୍ରବାର) ଠାରୁ ନୂଆ ରୂପରେ ରାଜ୍ୟ ସରକାର ଶୁଭାରମ୍ଭ କରିବା ପୂର୍ବରୁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର ।

ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର
ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର

ଆଉ ଏହି ଲଢେଇରେ ରାଜ୍ୟ ବିଜେପିର ନେତୃତ୍ବ ଖୋଦ ଧର୍ମେନ୍ଦ୍ର ପ୍ରଧାନ ନେଉଥିବା ବେଳେ, ବିଜେଡିରୁ ମଙ୍ଗ ଧରିଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଘଟଣା ଏମିତି । ଗତକାଲି(ଗୁରୁବାର) ଦଳୀୟ କାର୍ଯ୍ୟକ୍ରମ ଜନ ଆର୍ଶିବାଦ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ଟ୍ବିଟ କରି ଧର୍ମେନ୍ଦ୍ର କହିଥିଲେ ଓଡିଶାର ଲୋକମାନେ ବିଶେଷ ଭାବରେ ପ୍ରବାସୀ ଓଡିଆ ମାନେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିବେଦନ କରୁଛି ବୋଲି ଧର୍ମେନ୍ଦ୍ର ଲେଖିଥିଲେ ।

କିଏ ବଡ? ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର
କିଏ ବଡ? ଆୟୁଷ୍ମାନ ନା ବିଏସକେୱାଇ ଧର୍ମେନ୍ଦ୍ର ପ୍ରଣବ ଟ୍ବିଟର ୱାର

ଏହାସହ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆ ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ଧର୍ମେନ୍ଦ୍ର କହିଥିଲେ । ତେଣୁ ଓଡିଶା ଲୋକଙ୍କ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ବାସ୍ଥ୍ୟ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଏହି ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଇଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ବିଟ ଯୋଗେ କହିଛନ୍ତି ଭାଇ ଧର୍ମେନ୍ଦ୍ର ପ୍ରଧାନ ଆୟୁଷ୍ମାନ ଭାରତ ନେବେ କି? ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ୬୦ ଲକ୍ଷରେ ସୀମିତ । କିନ୍ତୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ’ ଯୋଜନା (BSKY) ର ହିତାଧିକାରୀ ସଂଖ୍ୟା 96 ଲକ୍ଷ ପରିବାର । ଯାହା ପ୍ରାୟ ଶତ ପ୍ରତିଶତ । ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ମାତ୍ର ୫ ଲକ୍ଷ । କିନ୍ତୁ ବିଏସକେୱାଇ(BSKY) ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ । ଆୟୁଷ୍ମାନ ଭାରତ ଯୋଜନାରେ ନିର୍ଦ୍ଦିଷ୍ଟଭାବେ ମା' (ମହିଳା) ମାନଙ୍କ ପାଇଁ ଶୂନ୍ୟ ସୁବିଧା ରହିଛି । ତଥା କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ । କିନ୍ତୁ BSKYରେ ସ୍ବତନ୍ତ୍ର ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଆୟୁଷ୍ମାନରେ ଆପୋଲୋ, ଫର୍ଟିଜ ଭଳି ହସ୍ପିଟାଲ ଅନ୍ତର୍ଭୁକ୍ତ ନାହାଁନ୍ତି । କିନ୍ତୁ BSKY ରେ ଆପୋଲୋ, ଫର୍ଟିଜ ସହ ପ୍ରାୟ ସମସ୍ତ ବଡ ବଡ ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛନ୍ତି । ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ କିନ୍ତୁ BSKY ହେଉଛି ଏସୁରାନ୍ସ । ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସେବାର ଭରସା ।

ସେହିପରି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ପ୍ରଣବ କହିଛନ୍ତି, ଓଡିଶା ସରକାର ମମତା ଯୋଜନା କଲେ, ଆପଣ(କେନ୍ଦ୍ର) ମଧ୍ୟ କଲା । ରାଜ୍ୟ ସରକାର କାଳିଆ ଯୋଜନା କଲା ଅନୁରୂପ ଯୋଜନ କଲା । ଏବେ ଆମେ (ରାଜ୍ୟ ସରକାର) BSKY କରୁଛୁ, କେନ୍ଦ୍ର ଏହାକୁ ସୁନିଶ୍ଚିତ ଆପଣେଇବ ବୋଲି ପ୍ରଣବ କହିଛନ୍ତି ।

ତେବେ ଏତିକିରେ ଅଟକି ଯାଇନାହିଁ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ଟ୍ବିଟର ୱାର । ଏହି ଲଢେଇରେ ଲମ୍ଫ ମାରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ବସନ୍ତ ପ୍ରଣବଙ୍କୁ ଟ୍ବିଟ ଯୋଗେ ଜବାବ ଦେଇ କହିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଅନ୍ୟ ଯୋଜନା ପରି ରାଜ୍ୟବାସୀଙ୍କୁ ଆଉ ଏକ ଛଳନା ମାତ୍ର । ୩ ବର୍ଷ ପୂର୍ବେ ସମାନ ଯୋଜନା ସମାନ ରୂପରେ ଆରମ୍ଭ ହୋଇ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିଲା । ଏସୁରାନ୍ସ ନାମରେ ପୁଣି ଲୋକଙ୍କୁ ଭଣ୍ଡାଇବାର ଆଉ ଏକ ନିଷ୍ଫଳ ପ୍ରୟାସ । ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ସେବା ପାଇବା ଗରିବ ଲୋକର ହକ ଏବଂ ଅଧିକାର । ଦେଶର ୬୫ କୋଟିରୁ ଉର୍ଦ୍ଧ୍ବ ଲୋକ ତଥା ପାଖାପାଖି ୧୩. ୪୪ କୋଟି ପରିବାର ଲାଭାନ୍ଵିତ ହୋଇ ସାରିଲେଣି । ସେହି ସମୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ କେବଳ ଆଶ୍ବାସନା ଯାହା କେବେ ବିଜେଡି ସରକାର ପାଳନ କରେନାହିଁ ।

  • ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ @CMO_Odisha ଙ୍କ ଅନ୍ୟ ଯୋଜନା ପରି ରାଜ୍ୟବାସୀଙ୍କୁ ଆଉ ଏକ ଛଳନା ମାତ୍ର । ୩ ବର୍ଷ ପୂର୍ବେ ସମାନ ଯୋଜନା ସମାନ ରୂପରେ ଆରମ୍ଭ ହୋଇ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିଲା । ଆସ୍ୟୁରାନ୍ସ ନାମରେ ପୁଣି ଲୋକଙ୍କୁ ଭଣ୍ଡାଇବାର ଆଉ ଏକ ନିଷ୍ଫଳ ପ୍ରୟାସ ।

    — Basanta Kumar Panda (@basantpandabjp) August 20, 2021 " class="align-text-top noRightClick twitterSection" data=" ">

ସେହିପରି ପ୍ରଣବଙ୍କୁ ଟାର୍ଗେଟ କରି କହିଛନ୍ତି ତଥ୍ୟ ନ ଜାଣି ବିଧାୟକ ପ୍ରଣବ ପିଏମ ଆୟୁଷ୍ମାନ ଯୋଜନାର ସୁବିଧା କେବଳ ସରକାରୀ ହସ୍ପିଟାଲ ପାଇଁ ହୋଇଥିବା ଯେଉଁ ଅଭିଯୋଗ କରଛନ୍ତି ଭିତ୍ତିହୀନ । ଉଭୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଗରିବ ଲୋକମାନେ ଏହି ସ୍ବାସ୍ଥ୍ୟ ସେବା ପାଉଛନ୍ତି । ଦେଶର ପ୍ରମୁଖ 23 ହଜାର ହସ୍ପିଟାଲରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି । ଏପରି ଅନ୍ୟ ବିଜେପି ନେତା ମାନେ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.